ପୁଅଙ୍କୁ ବଞ୍ଚାଇବାକୁ ଯାଇ ଚାଲିଗଲା ମା’ଙ୍କ ଜୀବନ

ପଦ୍ମପୁର,୧୬।୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ସାନକୃଷ୍ଣପୁର ନାଟିଆପାଳ ଗ୍ରାମରେ ଶୁକ୍ରବାର ରାତିରେ ଏକ ଦୁଖଃଦ ଘଟଣା ଘଟିଛି। ପୁଅକୁ ବଞ୍ଚାଇବାକୁ ଯାଇ ମା’ଏବଂ ପୁଅଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାଗାଁରେ ଶୋକର ଛାୟା ଖେଳିଯାଇଛି। ମୃତକ ମା’ ଲକ୍ଷ୍ମୀମଣୀ ନାୟକ ଏବଂ ପୁଅ ସପନ ନାୟକ।

ମିଳିଥିବା ସୂଚନା ମୁତାବକ, ସପନ ପାଣି ପମ୍ପ ସଜାଡୁ ଥିଲେ। ସେତିକିବେଳେ ସେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଏହା ଦେଖି ମା’ ଲକ୍ଷ୍ମୀମଣୀ ପୁଅକୁ ବଞ୍ଚାଇକୁ ଯାଇଥିଲେ। ସେତିିକିବେଳେ ସେ ମଧ୍ୟ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯାଇଥିଲେ। ପରିବାର ଲୋକଙ୍କ ସହ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବାରୁଦେଇପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ମା’ ଓ ପୁଅଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ହସ୍ପିଟାଲରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।