ଢେଙ୍କାନାଳ,୨୭ା୧୨(ରତନ ନାୟାର): ଢେଙ୍କାନାଳ ଓଡ଼ାପଡ଼ା ବ୍ଲକ ଦାଣ୍ଡିମାଳ ଷ୍ଟେଶନ ନିକଟରେ ଶୁକ୍ରବାର ଚଳନ୍ତା ଟ୍ରେନରୁ ଖସିପଡ଼ି ମା-ପୁଅ ଗୁରୁତର ଭାବେ ଉଦ୍ଧାର ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ୮ଟା ୩୦ରେ ଭର୍ତ୍ତି ହୋଇଛନ୍ତି। ସୂଚନା ମୁତାବକ ସଦର ଥାନା ବାରଦା ଗ୍ରାମର ଚନ୍ଦ୍ରକାନ୍ତ ଦେହୁରୀଙ୍କ ପତ୍ନୀ ଭଗବତୀ ଓ ପୁଅ ରୁଦ୍ର ନାରାୟଣ ମା’ ପୁଅ ମେରାମୁଣ୍ଡଳୀ ବାପଘରୁ ଫେରୁଥିବାବେଳେ ଦାଣ୍ଡିମାଳା ଷ୍ଟେଶନ ନିକଟରେ ଓହ୍ଲାଉଥିବାବେଳେ ଟ୍ରେନ୍ରୁ ଖସିପଡ଼ିବାରୁ ମା’ ଓ ପୁଅ ଗୁରୁତର ହୋଇଥିଲେ।
ସେମାନଙ୍କୁ ଉଦ୍ଧାର କରି ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଉଭୟ ମା’ଓ ପୁଅ ମେରାମୁଣ୍ଡଳୀ ଷ୍ଟେଶନରେ ଭୁଲ୍ରେ ପୁରୀ-ଦୁର୍ଗ ଏକ୍ସପ୍ରେସ ଟ୍ରେନ୍ରେ ଚଢ଼ିଯାଇଥିଲେ। ଟ୍ରେନ୍ଟି ଦାଣ୍ଡିମାଳ ପାସେଞ୍ଜର ହଲଟ ଷ୍ଟେଶନରେ ନ ରହିବାରୁ ଭୟରେ ଚଳନ୍ତା ଟ୍ରେନ୍ରୁ ଓହ୍ଲାଇବାକୁ ଚେଷ୍ଟା କରୁଥିବାବେଳେ ଖସି ପଡ଼ିଥିଲେ। ଉଭୟଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଛି।