Categories: ଫୁରସତ

୭୦ ବର୍ଷରେ ମା’ ହେଲେ ମହିଳା: କୌଣସି ‘ଚମତ୍କାର’ଠାରୁ କମ୍‌ ନୁହେଁ କାହାଣୀ

ଉଗାଣ୍ଡାରେ ଏକ ଚମତ୍କାର ଘଟଣା ଘଟିଛି। ଏଠାରେ ଜଣେ ୭୦ବର୍ଷୀୟା ମହିଳା ସେଠାରେ ଯମଜ ଶିଶୁ ଜନ୍ମ ଦେଇଛନ୍ତି। ଏହି ମହିଳାଙ୍କ ନାମ ସାଫିନା ନାମୁକାଓ୍ବାୟା ବୋଲି କୁହାଯାଉଛି। ସେ ରାଜଧାନୀ କାମ୍ପାଲାର ଏକ ଡାକ୍ତରଖାନାରେ ଏକ ଝିଅ ଏବଂ ପୁଅ ଜନ୍ମ ଦେଇଛନ୍ତି। ଏହି ବୟସରେ ଯାଆଁଳା ଶିଶୁ ଜନ୍ମ କରିବା ଏକ ’ଚମତ୍କାର’ ଠାରୁ କମ ନୁହେଁ।
ସାଫିନା ସିଜରିଆନ ମାଧ୍ୟମରେ ଯମଜ ଶିଶୁ ଜନ୍ମ ଦେଇଛନ୍ତି। ଓମେନ୍‌ ହସ୍ପିଟାଲ ଇଣ୍ଟରନ୍ୟାଶନାଲ ଆଣ୍ଡ ଫର୍ଟିଲିଟି ସେଣ୍ଟର୍‌(ଡବ୍ଲ୍ୟୁଏଚ୍‌ଆଇ ଆଣ୍ଡ୍‌ ଏଫ୍‌ସି)ର ପ୍ରଜନନ ବିଶେଷଜ୍ଞ ଡକ୍ଟର ଏଡୱାର୍ଡ ତମଲେ ସାଲି କହିଛନ୍ତି, ମହିଳା ଜଣକ ଇନ-ଭିଟ୍ରୋ ଫର୍ଟିଲାଇଜେସନ ପ୍ରକ୍ରିୟା ପାଇଁ ଡୋନରଙ୍କର ଅଣ୍ଡା ବ୍ୟବହାର କରିଥିଲେ ଏବଂ ନିଜ ସାଥୀଙ୍କ ଶୁକ୍ରାଣୁ ବ୍ୟବହାର କରିଥିଲେ। ୩୧ ସପ୍ତାହରେ ଶିଶୁ ଜନ୍ମ ହୋଇଥିଲେ। ଶିଶୁଙ୍କୁ ଏକ ଇନକ୍ୟୁବେଟରରେ ରଖାଯାଇଛି। ସେମାନେ ଏବେ ବର୍ତ୍ତମାନ ସୁସ୍ଥ ଅଛନ୍ତି।
ଡବ୍ଲ୍ୟୁଏଚ୍‌ଆଇ ଆଣ୍ଡ୍‌ ଏଫ୍‌ସି ପକ୍ଷରୁ ଏହାର ଫେସବୁକ ପୋଷ୍ଟରେ ଲେଖାଯାଇଛି, ଏହା ଏକ ଚମତ୍କାର ଭଳି। ଉଭୟ ମା’ ଏବଂ ପିଲା ଭଲ ଅଛନ୍ତି। ଏଥିପାଇଁ ସାଫିନା ଏବଂ ଆମ ଦଳକୁ ଅଭିନନ୍ଦନ।

Share