Categories: ଜାତୀୟ

‘ପୁଅର ସାଂଜ୍ଞା ସ୍ଥିର କରିବାର ଅଧିକାର ରହିଛି କେବଳ ମା’ର’

ନୂଆଦିଲ୍ଲୀ,୨୮।୭: ଜନ୍ମଦାତା ପିତାଙ୍କ ମୃତ୍ୟୁ ପରେ ସ୍ତ୍ରୀ ଦ୍ୱିତୀୟ ବିବାହ କଲେ ସେ ପିଲାର ସାଂଜ୍ଞା ସମ୍ପର୍କରେ ନିଷ୍ପତ୍ତି ନେଇପାରିବେ ଓ ତାଙ୍କୁ ନୂଆ ପରିବାରରେ ସାମିଲ କରିପାରିବେ ବୋଲି ସୁପ୍ରିମକୋର୍ଟ ଟିପ୍ପଣୀ ଦେଇଛନ୍ତି। ଦ୍ୱିତୀୟ ସ୍ବାମୀଙ୍କ ସାଂଜ୍ଞା ରଖିବାରେ କିଛି ଭୁଲ୍‌ ନାହିଁ ବୋଲି ଜଷ୍ଟିସ୍‌ ଦିନେଶ ମାହେଶ୍ୱରୀ ଏବଂ କ୍ରିଷ୍ଣା ମୁରାରୀଙ୍କ ଖଣ୍ଡପୀଠ କହିବା ସହ ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ ରାୟକୁ ଖାରଜ କରିଦେଇଛନ୍ତି। ପିଲାଙ୍କ ସାଂଜ୍ଞା ନ ବଦଳାଇ ରେକର୍ଡରେ ଦ୍ୱିତୀୟ ସ୍ବାମୀଙ୍କୁ ସାବତ ବାପା ଉଲ୍ଲେଖ କରିବାକୁ ହାଇକୋର୍ଟ ପୂର୍ବରୁ ମହିଳାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଭଳି ନିର୍ଦ୍ଦେଶ ଦେବା ପୂର୍ବରୁ ତାହା ପିଲାର ମାନସିକ ସ୍ବାସ୍ଥ୍ୟ ଓ ଆତ୍ମସମ୍ମାନ ଉପରେ କିଭଳି ପ୍ରଭାବ ପକାଇବ ସେନେଇ ଚିନ୍ତା କରିବା ଆବଶ୍ୟକ ଥିଲା ବୋଲି ଖଣ୍ଡପୀଠ କହିଛନ୍ତି ।

Share