ଭଦ୍ରକ,୧୬ା୧୧(ସନାତନ ରାଉତ): ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ ପଞ୍ଚମ ଦିବସରେ ଜଗଦ୍ଧାତ୍ରୀ ବେଶରେ ଦର୍ଶନ ଦେଇଛନ୍ତି। ମା’ଙ୍କ ମୁଖ ମଣ୍ଡଳ କଳା ବର୍ଣ୍ଣ ଓ ଶଙ୍ଖ ଚକ୍ର ଧାରଣ କରିଥିଲେ। ଏହି ବେଶରେ ଦର୍ଶନ କଲେ ପାପ ମୋକ୍ଷ ହେବା ସହ ମାନସିକ ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଜଗଦ୍ଧାତ୍ରୀ ବେଶ ଦର୍ଶନ କରିବା ପାଇଁ ସକାଳଠାରୁ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଲାଗିଥିଲା।