ପୁଅକୁ ଝୁଲାଇ ମା’ଙ୍କ ଆତ୍ମହତ୍ୟା

ରାୟଗଡ଼ା ଅଫିସ,୨୧ା୨: ରାୟଗଡ଼ା ଜିଲା ଚାନ୍ଦିଲି ଥାନା ଅଧୀନ ଜେକେପୁର ଏସ୍‌ପିଟି କଲୋନିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ମହିଳା ଏବଂ ତାଙ୍କର ୪ ବର୍ଷର ପୁଅର ଝୁଲନ୍ତା ମୃତଦେହ ଘରୁ ସନ୍ଦେହଜନକ ଅବସ୍ଥାରେ ଜବତ କରାଯାଇଛି।
ସୂଚନା ଅନୁଯାୟୀ, କଲୋନିର ପି. ଦିବ୍ୟାଙ୍କ ସ୍ବାମୀ ନ ଥିବାବେଳେ ସେ ପୁଅ ସାଇଙ୍କୁ ନେଇ ରହୁଥିଲେ। ଶନିବାର ମା’ ଏବଂ ପୁଅଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ଖବର ପାଇ ଚାନ୍ଦିଲି ପୋଲିସ ପହଞ୍ଚି ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଦୁଇ ମୃତଦେହ ଜବତ କରିବା ସହ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ତଦନ୍ତ ଚଳାଇଛି। ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ କୌଣସି ପାରିବାରିକ ବିବାଦକୁ କେନ୍ଦ୍ରକରି ମହିଳା ଜଣକ ପ୍ରଥମେ ପୁଅକୁ ଶାଢ଼ି ସାହାଯ୍ୟରେ ଝୁଲାଇବା ପରେ ନିଜେ ଆତ୍ମହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି। ଏ ନେଇ ଥାନାରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଚାଲିଥିବା ପୋଲିସ ସୂଚନା ଦେଇଛି।

Share