ନୂଆଦିଲ୍ଲୀ,୨୬।୧୨: ପୁଣିଥରେ ଦିଲ୍ଲୀ-ଏନ୍ସିଆରରେ ବଢିଲା କ୍ଷୀର ଦର। ମଙ୍ଗଳବାରଠାରୁ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିବାକୁ ମଦର ଡାଏରୀ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ମଦର ଡାଏରୀ ଚଳିତ ବର୍ଷ ୫ମ ଥର ପାଇଁ ଏଭରି ଦର ବୃଦ୍ଧି କରିଛିି। ଏହାକୁୁ ନେଇ ଦିଲ୍ଲୀ-ଏନ୍ସିଆର ଲୋକେ ଏବେ ଚିନ୍ତାରେ ପଡିଛନ୍ତି। ମଦର ଡାଏରୀ ଦିଲ୍ଲୀ-ଏନ୍ସିଆରରେ ଦୈନିକ ୩୦ ଲକ୍ଷ ଲିଟରରୁ ଅଧିକ କ୍ଷୀର ଯୋଗାଇଥାଏ।
ସୂଚନାନୁଯାୟୀ, ମଦର ଡାଏରୀ ପକ୍ଷରୁ ବିକ୍ରି କରାଯାଉଥିବା କ୍ରିମ କ୍ଷୀରର ମୂଲ୍ୟ ଲିଟର ପିଛା ୨ଟଙ୍କା ବଢି ୬୬ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ଟୋନଡ୍ କ୍ଷୀରର ଲିଟର ପିଛା ମୂଲ୍ୟ ୫୧ରୁ ୫୩ ଟଙ୍କାକୁ ବୃଦ୍ଧି ପାଇଛି। ଏଥି ସହିତ ଡବଲ ଟୋନଡ୍ କ୍ଷୀରର ଲିଟର ପିଛା ମୂଲ୍ୟ ୪୫ ଟଙ୍କାରୁ୪୭ ଲିଟରକୁ ବୃଦ୍ଧି କରାଯାଇଛି। ତେବେ ଗାଈ କ୍ଷୀରର ମୂଲ୍ୟ ବୃଦ୍ଧି ନ କରିବାକୁ ମଦର ଡାଏରୀ ନିଷ୍ପତ୍ତି ନେଇଛି।