ଅମୂଲ ପରେ ଏବେ ମଦର ଡାଏରୀ ବଢ଼ାଇଲା ଦୁଗ୍ଧ ଜାତୀୟ ଖାଦ୍ୟର ଦାମ୍‌

ନୂଆଦିଲ୍ଲୀ,୧୦।୭: ଅମୂଲ ପରେ ଏବେ ମଦର ଡାଏରୀ ଦିଲ୍ଲୀ ଏନ୍‌ସିଆରରେ ସମସ୍ତ ଦୁଗ୍ଧ ଜାତୀୟ ଖାଦ୍ୟର ମୂଲ୍ୟ ବୃଦ୍ଧି କରିଛି। ପ୍ରତି ଲିଟର ପିଛା ଦୁଗ୍ଧର ମୂଲ୍ୟ ୨ଟଙ୍କା ବୃଦ୍ଧି କରିଛି ମଦର ଡାଏରୀ। ଜୁଲାଇ ୧୧ରୁ ଏହି ନୂଆ ଦର ଲାଗୁ ହେବ। ତେବେ ଦେଢ଼ ବର୍ଷ ପରେ ଏହି ଦୁଗ୍ଧର ଦାମ୍‌ ବୃଦ୍ଧି କରାଯାଇଛି ବୋଲି ମଦର ଡାଏରୀ ପକ୍ଷରୁ କୁହାଯାଇଛି। ତେବେ ନୂଆ ଦର ଅନୁଯାୟୀ ଟୋକନ ମିଲ୍କ ଏବେ ଲିଟର ପିଛା ୪୪ଟଙ୍କାରେ ଉପଲବ୍ଧ ହେବ। ସେହିପରି ଫୁଲ୍‌ କ୍ରୀମ୍‌ ଲିଟର ପିଛା ୫୭ ଟଙ୍କାରେ ବିକ୍ରି ହେବାକୁ ଥିବା ବେଳେ ଫୁଲ କ୍ରୀମ୍‌ ପ୍ରିମିୟମ୍‌ ଅଧା ଲିଟର ପିଛା ୨୯ଟଙ୍କାରେ ଉପଲବ୍ଧ ହେବ। ସେହିପରି ଟୋନ୍ଡ ମିଲ୍କ ପ୍ରତି କିଲୋଗ୍ରାମ୍‌ ପିଛା ୪୭ ଟଙ୍କା ଓ ପ୍ରତି ଅଧା କିଲୋଗ୍ରାମ୍‌ ପିଛା ୨୪ଟଙ୍କା ଏବଂ ଡବଲ ଟୋନ୍ଡ ମିଲ୍କ ପ୍ରତି ଲିଟର ପିଛା ୪୨ଟଙ୍କା ଓ ଅଧା ଲିଟର ପିଛା ୨୧ ଟଙ୍କା ନିର୍ଦ୍ଧାରଣ କରାଯାଇଛି। ତେବେ ଗାଇର ଦୁଗ୍ଧ ୪୯ଟଙ୍କା ପ୍ରତି ଲିଟର ଓ ଅଧା ଲିଟର ୨୫ଟଙ୍କାରେ ମିଳିବ। ଦରଦାମ୍‌ର ଅହେତୁକ ବୃଦ୍ଧି ଯୋଗୁ କମ୍ପାନୀ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଗତ ୧ ବର୍ଷ ମଧ୍ୟରେ ପ୍ରୋସେସିଂ, ପ୍ୟାକେଜିଂ ଓ ଲଜିଷ୍ଟିକ୍‌ ସମେତ କୃଷିଜାତ ଦ୍ରବ୍ୟର ମୂଲ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ଦେଶରେ ଜାରି ରହିଥିବା କରୋନା ମହାମାରୀ ଯୋଗୁ ଦୁଗ୍ଧ ଉତ୍ପାଦନ ମଧ୍ୟ ପ୍ରଭାବିତ ହୋଇଛି। ଏହା ସତ୍ତ୍ୱେ ଦୀର୍ଘ ଦିନରୁ ଦୁଗ୍ଧର ମୂଲ୍ୟ ବୃଦ୍ଧି କରାଯାଇ ନ ଥିଲା। ତେବେ ଲଗାତର ଭାବେ ଖର୍ଚ୍ଚର ଭାର ବଢ଼ିବାରୁ ଏହାର ଦର ବୃଦ୍ଧି କରିବାକୁ କମ୍ପାନୀ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ବୋଲି ମଦର ଡାଏରୀ କହିଛି। ସୂଚନାଯୋଗ୍ୟ, ମଦର ଡାଏରୀ ଦିଲ୍ଲୀ ଓ ଏନ୍‌ସିଆରରେ ପ୍ରତିଦିନ ୩୦ଲକ୍ଷ ଲିଟରରୁ ଅଧିକ ଦୁଗ୍ଧ ବିକ୍ରି କରିଥାଏ। କିନ୍ତୁ କରୋନା ଯୋଗୁ ଏହା ପ୍ରଭାବିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆର୍ଥିକ ଉଦାରୀକରଣ, ନରେଗା, ଆଧାର ଏବଂ RTI ରେ ପ୍ରମୁଖ ଭୂମିକା….ଜାଣନ୍ତୁ ମନମୋହନଙ୍କ ସମସ୍ତ ଉପଲବ୍ଧି

ନୂଆଦିଲ୍ଲୀ,୨୬ା୧୨: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତର ଜଣାଶୁଣା ଅର୍ଥନୀତିଜ୍ଞ ଡକ୍ଟର ମନମୋହନ ସିଂ ଗୁରୁବାର ରାତିରେ ପ୍ରାଣତ୍ୟାଗ କରିଛନ୍ତି। ସନ୍ଧ୍ୟାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା...

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପରଲୋକ

ନୂଆଦିଲ୍ଲୀ,୨୬।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଗୁରୁବାର ରାତିରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ସନ୍ଧ୍ୟାରେ ସେ ନିଶ୍ୱାସ ନେବାରେ...

କଂଗ୍ରେସକୁ ଏଏପିର ୨୪ ଘଣ୍ଟିଆ ଅଲ୍ଟିମେଟମ, ପ୍ରତିକ୍ରିୟା ରଖିଲେ ଭେନୁଗୋପାଲ

ନୂଆଦିଲ୍ଲୀ,୨୬।୧୨: ୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଣ୍ଟ ପୁଣି ଥରେ ଅସୁବିଧାର ସମ୍ମୁଖୀନ ହୋଇଛି। ଆମ ଆଦମୀ ପାର୍ଟି (ଏଏପି) କଂଗ୍ରେସକୁ ଭାଜପା...

ଗାୟିକା ଦେବୀ କିଏ?ଯିଏ ‘ଈଶ୍ୱର-ଅଲ୍ଲାହ ତେରୋ ନାମ’ ଗାଇବା ପରେ ଭାଜପା କାର୍ଯ୍ୟକ୍ରମରେ ହେଲା ହଙ୍ଗାମା

ପାଟନା,୨୬।୧୨: ବିହାରର ରାଜଧାନୀ ପାଟନାରେ ଭାଜପାର ଏକ କାର୍ଯ୍ୟକ୍ରମରେ ‘ଈଶ୍ୱର ଅଲ୍ଲାହ ତେରୋ ନାମ’ ଭଜନ ଗାଇ ବିବାଦକୁ ଆସିଛନ୍ତି ଭୋଜପୁରୀ ଗାୟିକା ଦେବୀ। ସେ...

କାରଦାତାଙ୍କ ପାଇଁ ଖୁସି ଖବର! ୧୫ ଲକ୍ଷ ପର୍ଯ୍ୟନ୍ତ ଆୟ କରୁଥିବା ଲୋକଙ୍କୁ ମିଳିପାରେ ଆଶ୍ବସ୍ତି

ନୂଆଦିଲ୍ଲୀ,୨୬ା୧୨: ଯେଉଁମାନେ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଦେଉଛନ୍ତି ସେମାନଙ୍କୁ ସରକାର ଆଗାମୀ ବଜେଟରେ ଏକ ବଡ ଉପହାର ଦେଇପାରନ୍ତି। ସୂତ୍ରରୁ ପ୍ରକାଶ ଯେ...

ଭଡ଼ାଘରେ ଆର୍‌ଜେ ସିମରନ୍‌ଙ୍କ ଆତ୍ମହତ୍ୟା, ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ…

ନୂଆଦିଲ୍ଲୀ,୨୬।୧୨: ଜମ୍ମୁର ଲୋକପ୍ରିୟ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ତଥା ଆର୍‌ଜେ ସିମରନ୍‌ ସିଂଙ୍କ ଆତ୍ମହତ୍ୟା। ତାଙ୍କୁ ମାତ୍ର ୨୫ ବର୍ଷ ହୋଇଥିଲା। ତେବେ ତାଙ୍କ ମୃତଦେହକୁ...

ଆଉ ପିନ୍ଧିବି ନାହିଁ ଜୋତା, କାହିଁକି ଏମିତି ଶପଥ ନେଲେ ଭାଜପା ଅଧ୍ୟକ୍ଷ ଅନ୍ନାମଲାଇ

ଚେନ୍ନାଇ,୨୬।୧୨: ଗୁରୁବାର କୋଏମ୍ବାଟୁରରେ ଏକ ସାମ୍ବାଦିକ ସମ୍ମିଳନୀରେ ତାମିଲନାଡୁ ଭାଜପା ଅଧ୍ୟକ୍ଷ କେ ଅନ୍ନାମଲାଇ ଜୋତା ଖୋଲି ଦେଇ କହିଛନ୍ତି ଯେ ଆସନ୍ତାକାଲି ଠାରୁ ଡିଏମକେ...

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ AIIMS ରେ ଭର୍ତ୍ତି

ନୂଆଦିଲ୍ଲୀ,୨୬ା୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ଗୁରୁବାର ସନ୍ଧ୍ୟାରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ମେଡିକାଲ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri