ବିମାନରେ ମାଆ,ଝିଅଙ୍କୁ ମଦ୍ୟପ ଯାତ୍ରୀଙ୍କ ଯୌନ ନିର୍ଯାତନା

ନ୍ୟୁୟର୍କ,୩୧ା୭: ଡେଲ୍ଟା ଏୟାରଲାଇନ୍ସର ଏକ ବିମାନରେ ଜଣେ ମଦ୍ୟପ ଯାତ୍ରୀ ଜଣେ ମହିଳା ଓ ତାଙ୍କ ନାବାଳିକା ଝିଅଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଉକ୍ତ ଏୟାରଲାଇନ୍ସ ବିରୋଧରେ ୨ ନିୟୁତ ଡଲାରର ମୋକଦ୍ଦମା ରୁଜୁ ହୋଇଛି। ଏୟାରଲାଇନର ଅବହେଳା ପାଇଁ ଏଭଳି ଘଟଣା ଘଟିଲା।

ପୀଡ଼ିତା ମାଆଝିଅଙ୍କୁ କ୍ଷତିପୂରଣ ଦେବା ଲାଗି ଦାବି କରାଯାଇଛି। ନ୍ୟୁୟର୍କରୁ ଗ୍ରୀସ୍‌ର ଏଥେନ୍ସ ସହରକୁ ଯାଉଥିବା ବିମାନରେ ଯାତ୍ରୀ ଜଣକ ନିଶାଗ୍ରସ୍ତ ଥିବା ଜାଣି ମଧ୍ୟ ତାଙ୍କୁ କ୍ରମାଗତ ମଦ ଯୋଗାଇଦିଆଯାଇଥିଲା। ୯ ଘଣ୍ଟାର ବିମାନ ଯାତ୍ରାରେ ବ୍ୟକ୍ତି ଜଣକ ବାରମ୍ବାର ମହିଳା ଯାତ୍ରୀଙ୍କୁ ଅସଂଗତ ସ୍ପର୍ଶ କରିଥିଲେ ବୋଲି ଅଭିଯୋଗ ହୋଇଛି।

Share