ରାତିରେ ଶୋଇଥିଲେ ମା’, ଝିଅ; କାମୁଡିଦେଲା ସାପ: ଆଉ ତା’ପରେ

ଭଞ୍ଜନଗର,୨୯।୮(ବାବୁଲା ପ୍ରଧାନ): ଗଞ୍ଜାମ କନ୍ଧମାଳ ଜିଲା ସୀମାରେ ଥିବା ରାଇକିଆ ବ୍ଲକ ଇନ୍ଦ୍ରଗଡ଼ ପଞ୍ଚାୟତ ଅନ୍ତର୍ଗତ ନିଶାଭୁଇଁ ଗ୍ରାମରେ ସର୍ପ ଦଂଶନ ରେ ଗୁରୁବାର ସକାଳେ ମା’, ଝିଅ ମୃତ୍ୟୁବରଣ କରିଥିବା ସନ୍ଦେହ କରାଯାଉଛି। ମୃତ ଦୁଇଜଣ ହେଲେ ଗୁରୁବାରି ନାୟକ (୩୫) ଏବଂ ତାଙ୍କ ଝିଅ ସୁବି ନାୟକ।
ଭଞ୍ଜନଗର ପୋଲିସ ମରଶରୀରକୁ ଜବତ କରି ବ୍ୟବଛେଦ ପାଇଁ ଭଞ୍ଜନଗର ହସ୍ପିଟାଲ ପଠାଇ ଦେଇଛି।
ଘଟଣାରୁ ପ୍ରକାଶ ଯେ, ଲଡୁ ନାୟକଙ୍କ ସ୍ତ୍ରୀ ଗୁରବାରି ଏବଂ ଝିଅ ସୁବି ଗତକାଲି ରାତିରେ କୌଣସି କାରଣରୁ ନ ଖାଇ ଶୋଇପଡ଼ିଥିଲେ। ଗୁରୁବାର ସକାଳେ ଗୁରବାରି ଉଠି ଗୋଡ଼କୁ କଣ ଚୋବାଇ ଦେଲା ବୋଲି ସ୍ବାମୀଙ୍କୁ କହିଥିଲେ। ଏହାର କିଛି ସମୟ ପରେ ଗୁରୁବାରି ଅଚେତ ହୋଇ ପଡିଥିଲେ। ଏହା ପରେ ପରେ ଝିଅ ସୁବି ମଧ୍ୟ ଅଚେତ ହୋଇପଡ଼ିଥିଲେ। ଏହାପରେ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ଭଞ୍ଜନଗର ମେଡିକାଲକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ମେଡିକାଲରେ ମା’ ଏବଂ ଝିଅ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ କାରଣ ଜଣାପଡିବ ବୋଲି ତାଙ୍କ ପରିବାର ଲୋକେ ଏଠାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିର ଜନସମ୍ପର୍କ ଯାତ୍ରା: ଦର ବୃଦ୍ଧିକୁ ନେଇ ବର୍ଷିଲେ ଦେବୀ

ଦାରିଙ୍ଗବାଡି, ୨୩।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବିଜେଡି ପକ୍ଷରୁ ବୁଧବାର ଜନସମ୍ପର୍କ ପଦଯାତ୍ରା ଓ ସାଙ୍ଗଠନିକ ବୈଠକ ପୂର୍ବତନ ଜି. ଉଦୟଗିରି ବିଧାୟକ...

ସ୍ଥଳଭାଗ ଛୁଇଁଲା ‘ଦାନା’ର ବାହ୍ୟବଳୟ , ଆକାଶରେ ଘୋଟି ଆସିଲାଣି…

ଭୁବନେଶ୍ୱର,୨୩।୧୦: ବାତ୍ୟାକୁ ନେଇ ପୁଣି ଆସିଛି ବଡ ଖବର । ପାରାଦୀପ ରାଡାରର ତଥ୍ୟ ଅନୁସାରେ ମିଳିଛି ବଡ଼ ସୂଚନା। ଭଦ୍ରକ ଓ କେନ୍ଦ୍ରାପଡ଼ାର କିଛି...

ଭୀଷଣ ନୁହେଁ ଅତି ଭୀଷଣ ହେବ ବାତ୍ୟା! ଶ୍ରୀମନ୍ଦିର ଉପର ଦୃଶ୍ୟ ଦେଖି ଲୋକ ଛାନିଆ…

ଭୁବନେଶ୍ୱର,୨୩।୧୦: ବାତ୍ୟାକୁ ନେଇ ପୁଣି ଆସିଛି ବଡ ଖବର । ବଙ୍ଗୋପସାଗରରେ ଗଭୀର ଅବପାତ, ବାତ୍ୟା ରୂପ ନେବା ପରେ ଏହା ଏବେ ୧୫ କିଲୋମିଟର...

ପୂର୍ବ ଶତ୍ରୁତାରୁ ଆକ୍ରମଣ, ୨ ଗୁରୁତର

ଭଦ୍ରକ, ୨୩।୧୦(ସନାତନ ରାଉତ): ଭଦ୍ରକ ଜିଲା ଆଗରପଡା ଥାନା ଅନ୍ତର୍ଗତ ବଡ ମହିଷଗୋଠ ଗ୍ରାମରେ ପୂର୍ବ ଶତ୍ରୁତାରୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗ୍ରାମର...

ଖଣିରୁ ବେଆଇନ ପଥର ଚୋରାଚାଲାଣ

କେନ୍ଦୁଝର,୨୩।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଘଷିପୁରା ତହସିଲ ଅନ୍ତର୍ଗତ ନୂଆବରିପାଳ, ଓସ୍ତପୁରା ଓ ଭୋଳନୂଆଗାଁ ପଥର ଖଣିରେ ବେଆଇନଭାବେ ପଥର ଚୋରାଚାଲାଣ ହେଉଛି। ନୀତିନିୟମ,...

କଳାବଜାରୀ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଚଢ଼ାଉ

ଭଦ୍ରକ, ୨୩।୧୦(ସନାତନ ରାଉତ)- ସମ୍ଭାବ୍ୟ ବାତ୍ୟା ପାଇଁ ଆଳୁ, ପିଆଜ, ପରିବା ଦରରେ କଳାବଜାରୀ ଓ ଚଢ଼ା ଦରରେ ବିକ୍ରି ରୋକିବା ପାଇଁ ପ୍ରଶାସନ ପକ୍ଷରୁ...

ହିତାଧିକାରୀଙ୍କ ଇ-କଓ୍ବୋଇସି କରିବାକୁ ସୁରଟ ଯାଇଥିଲେ ଯୋଗାଣ ସହାୟକ: ପଡ଼ିଲା ଭାରି ମହଙ୍ଗା, ଆଇଲା ବେଳକୁ ନାହିଁ

ବୁଗୁଡ଼ା,୨୩।୧୦(କାଳିଚରଣ ଦାଶ): କୌଣସି ଅନୁମତି ନ ନେଇ ହିତାଧିକାରୀମାନଙ୍କ ଇ-କେୱାଇସି କରିବା ପାଇଁ ମେଶିନ ଧରି ସୁରଟ ଯାଇଥିବା ବୁଗୁଡ଼ା ବ୍ଲକ ଭାମଶ୍ୟାଳି ପଞ୍ଚାୟତର ଯୋଗାଣ...

ଜୀବନଜୀବିକା ହେବ ସହଜ, ଶହ ଶହ ହେକ୍ଟର ଜମିକୁ ସେଚନ ବ୍ୟବସ୍ଥା

ଦାରିଙ୍ଗବାଡି,୨୩।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମାତ୍ର ୧୦ ପ୍ରତିଶତ ଜଳ ସେଚିତ ଜମି ରହିଛି। ଭୌଗୋଳିକ ସ୍ଥିତି ଦେଖିଲେ ପାହାଡିଆ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri