ଚାଇନାର ଏକ ମା’ଝିଅ ୪ ଦିନ ପର୍ଯ୍ୟନ୍ତ ଲିପ୍ଟରେ ଫଶି ରହିଥିଲେ। ସେମାନେ ବଞ୍ଚିବା ପାଇଁ ଏକ ଭିନ୍ନ ପଦ୍ଧତି ଆପଣାଇଥିଲେ। ୯୬ ଘଣ୍ଟା ପରେ ଲିପ୍ଟରୁ ବାହାରିବା ପରେ ସେମାନଙ୍କ ବଞ୍ଚିବାର ପଦ୍ଧତିର ଖୁଲାସା କରିଥିଲେ। ଏହାକୁ ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଚାଇନାରେ ରହୁଥିବା ୮୨ ବର୍ଷୀୟା ମହିଳା ଏବଂ ତାଙ୍କ ୬୪ ବର୍ଷୀୟା ଝିଅ ସହ ନିଜ ଆପାର୍ଟମେଣ୍ଟରୁ ଲିପ୍ଟରେ ତଳକୁ ଆସୁଥିଲେ। ମାତ୍ର ହଠାତ୍ ଲିପ୍ଟ ବନ୍ଦ ହୋଇଗଲା। ଫଳରେ ସେମାନେ ସେଠାରେ ଫଶିଗଲେ। ସେମାନଙ୍କ ପାଖରେ କୌଣସି ମୋବାଇଲ ନ ଥିଲା, ଘରେ ମଧ୍ୟ ଆଉ କେହି ନ ଥିଲେ। ଫଳରେ ଉଭୟ କାହାକୁ ସମ୍ପର୍କ କରିପାରି ନ ଥିଲେ। ଘରୁ କେହି ନ ବାହାରିବାରୁ ପଡୋଶୀଙ୍କ ସନ୍ଦେହ ହେଲା। ଏଥିସହ ମା’ଝିଅ ଫୋନ୍ ନ ଉଠାଇବାରୁ ସେମାନଙ୍କ ସମ୍ପକୀୟ ପୋଲିସକୁ ଖବର ଦେଲେ। ଦୀର୍ଘ ୯୬ ଘଣ୍ଟା ପରେ ଅଗ୍ନିଶମ ବିଭାଗ ସେମାନଙ୍କ ଘରେ ପହଞ୍ଚି ଲିପ୍ଟ ମଧ୍ୟରୁ ଉଭୟଙ୍କୁ ଉଦ୍ଧାର କରିଥିଲା। ସଙ୍ଗେ ସଙ୍ଗେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଗଲା। ଏବେ ଉଭୟ ସୁସ୍ଥ ଅଛନ୍ତି। ଭୋକ ଉପାସରେ ଉଭୟ ମୃତ୍ୟୁକୁ ଅପେକ୍ଷା କରି ରହିଥିଲେ। ମାତ୍ର ଯେତେବେଳେ ଶୋଷ ଲାଗୁଥିଲା ଉଭୟ ପରସ୍ପରର ପରିସ୍ରାକୁ ହାତରେ ଧରି ପିଉଥିଲେ। ୪ ଦିନ ପର୍ଯ୍ୟନ୍ତ ସେମାନେ ପରିସ୍ରା ପିଇ ଜୀବନ ବଞ୍ଚାଇଲେ। ଏଥିସହ ନିଶ୍ୱାସପ୍ରଶ୍ୱାସ ନେବା ପାଇଁ ଲିପ୍ଟ ମଝିରେ ଥିବା ଏକ ଛୋଟିଆ ଫାଙ୍କା ସ୍ଥାନରେ ମୁହଁ ରଖି ସେମାନେ ବସୁଥିବା ଝିଅ କହିଛନ୍ତି।