Categories: ଜାତୀୟ

ମା’ଙ୍କୁ ମିଳିଲାନି ଅକ୍ସିଜେନ, ସାନିଟାଇଜର ପିଇ ଜୀବନ ହାରିଲେ ଝିଅ

ବେଙ୍ଗାଲୁରୁ,୬।୫: ଦେଶରେ ବର୍ତ୍ତମାନ କରୋନା ମହାମାରୀର ଦ୍ୱିତୀୟ ଲହର ଚାଲିଛି। ଫଳରେ ପୂରା ଦେଶରେ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି। ଏହା ମଧ୍ୟରେ ମହାରାଷ୍ଟ୍ରର ନାସିକରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ କରୋନା ସଂକ୍ରମିତ ମହିଳାଙ୍କୁ ଅକ୍ସିଜେନ ଏବଂ ବେଡ୍‌ ନ ମିଳିବାରୁ ମୃତ୍ୟୁ ହୋଇଥିଲା। ପରେ ତାଙ୍କର ୨୦ ବର୍ଷୀୟା ଝିଅ ସାନିଟାଇଜର ପିଇ ହସ୍ପିଟାଲ କ୍ୟାମ୍ପସରେ ପ୍ରାଣ ହରାଇଛନ୍ତି। ମୃତ ଯୁବତୀଙ୍କ ନାମ ଶିବାନୀ। ସେ ନାସିକର ଦିଣ୍ଡୋରି ତହସିଲ ଅନ୍ତର୍ଗତ ଆଶେ ଗାଁର।

ଶିବାନୀଙ୍କ ମା’ଙ୍କ ଦେହ ଖରାପ ହେବାରୁ ସେ ନାସିକ ରୋଡ୍‌ସ୍ଥିତ ବେଟକୋ କୋଭିଡ୍‌ ସେଣ୍ଟରକୁ ଆଣିଥିଲେ। ମାତ୍ର ଶିବାନୀଙ୍କ ମା’ଙ୍କୁ ଅକ୍ସିଜେନ ବେଡ୍‌ ମିଳିଲା ନାହିଁ। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏଥିରେ ମ୍ରିୟମାଣ ହୋଇ ଶିବାନୀ ସାନିଟାଇଜର ପିଇ ଆତ୍ମହତ୍ୟା କରିଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ହସ୍ପିଟାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି।

Share