ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମାଈ ହାତୀର ମୃତ୍ୟୁ; ଜଗି ରହିଛନ୍ତି ସାଥୀ

ଦେବଗଡ଼,୧୫।୧୨(ଡି.ଏନ୍‌.ଏ.): ଦେବଗଡ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ଖିଲବେରେଣି ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଏକ ମାଈ ହାତୀର ମୃତ୍ୟୁ ଘଟିଛି। ୧୭ ଘରିଆ ହାତୀପଲରୁ ଉକ୍ତ ହାତୀଟିର ମୃତ୍ୟୁ ଘଟିବା ପରେ ଅନ୍ୟ ହାତୀମାନେ ନିକଟରେ ଥିବା କମଳା ବଗିଚା ଉଜାଡ଼ି ଦେବା ସହ ମୃତ ହାତୀକୁ ଜଗି ରହିଛନ୍ତି। ଘଟଣାସ୍ଥଳରେ ଲୋକଙ୍କୁ ଦେଖି ସେମାନେ ଗୋଡ଼ାଉଥିବା ଯୋଗୁ ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ଅପରପକ୍ଷେ କୁଣ୍ଡେଇଗୋଳା ସେକ୍ସନ ବନ କର୍ମଚାରୀ ବୁଧବାର ସାରୁ ଉକ୍ତ ଗ୍ରାମରେ ଜଗି ରହିଥିଲେ ହେଁ ଅସହାୟତା ପ୍ରକାଶ କରିଛନ୍ତି। ଏଥିସହ ସେମାନେ ଗାଁ ଲୋକଙ୍କ ସାହାଯ୍ୟ ଲୋଡୁଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍, ଫ୍ରିଜ୍ ଥିଲେ ମିଳିବ ପିଏମ୍‌ ଆବାସ ଘର, ସର୍ତ୍ତାବଳୀକୁ କୋହଳ କଲେ ସରକାର

ଭୁବନେଶ୍ୱର,୨୮ା୧୧(ଅନିଲ ଦାସ): ଆସନ୍ତା ଡିସେମ୍ବର ୧୫ ତାରିଖ ପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ପିଏମ୍‌ ଆବାସ-ଗ୍ରାମୀଣ)ର ନୂଆ ସର୍ଭେ ଆରମ୍ଭ ହେବ। ସବୁ ଯୋଗ୍ୟ ପରିବାରକୁ ମିଳିବ...

ଲୋକକଳାର ମହାକୁମ୍ଭ ନୃତ୍ୟ ସଙ୍ଗମରେ ଭାଗ ନେବେ ୬ଶହ କଳାକାର

ଭବାନୀପାଟଣା,୨୯।୧୧(ଉତ୍ତମ କୁମାର ଦାଶ): ପ୍ରତିଭା ଅନୁଷ୍ଠାନ ପକ୍ଷରୁ ଶୁକ୍ରବାରଠାରୁ ଲୋକକଳାର ମହାକୁମ୍ଭ ନୃତ୍ୟ ସଙ୍ଗମ ଭବାନୀପାଟଣାସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏହା...

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ଟିଜିଟି ପରି ସମାନ ଦରମା ପାଇବେ ଓଡ଼ିଆ ଶିକ୍ଷକ

ଭୁବନେଶ୍ୱର,୨୮ା୧୧: ଓଡ଼ିଆ ଶିକ୍ଷକମାନେ ରାଜ୍ୟରେ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ (ଟିଜିଟି-କଳା) ଙ୍କ ପରି ସମାନ ଦରମା ଏବଂ ଭତ୍ତା ପାଇବେ। ଓଡ଼ିଶା ସରକାରଙ୍କ ସ୍କୁଲ ଏବଂ...

ଥମୁନି ଦାଦନ ଦୁଃଖ: ଗାଁକୁ ଫେରିଲା ଶ୍ରମିକଙ୍କ ମୃତଦେହ

ଗୋପାଳପୁର,୨୮।୧୧(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ରଙ୍ଗେଈଲୁଣ୍ଡା ବ୍ଲକ ଅଧୀନ ପାନାପଲ୍ଲୀ ଗ୍ରାମର ଜଣେ ଯୁବକ ଦାଦାନ ଖଟିବାକୁ ଯାଇ ଶବ ହୋଇ ଘରକୁ ଫେରିଛନ୍ତି।...

ସଙ୍ଗଠନରେ ବଢୁଛି ଉତ୍ପୀଡନ: ଆତ୍ମସମର୍ପଣ କଲେ ହାର୍ଡକୋର ମାଓବାଦୀ

ଫୁଲବାଣୀ,୨୮ା୧୧(ରାକେଶ କୁମାର ରାଉତ): ସୁରକ୍ଷା ବାହିନୀର ଲଗାତାର ଚଢାଉ କନ୍ଧମାଳ ଜିଲାରେ ମାଓବାଦୀଙ୍କ କାର୍ଯ୍ୟକ୍ରମରେ ରୋକ ଲଗାଇଛି। ଗୁରୁବାର ଜଣେ କ୍ୟାଡର ମାଓବାଦୀ କନ୍ଧମାଳ ପୋଲିସ...

ରାଜ୍ୟସ୍ତରୀୟ ଖୋ ଖୋ ପ୍ରତିଯୋଗିତା: ଭୁବନେଶ୍ୱର କିସ୍‌ ଚାମ୍ପିୟନ

ଦିଗପହଣ୍ଡି/ପାଟପୁର,୨୮।୧୧(ଅଶେଷ ନାଥ ମିଶ୍ର/ସୀମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ପାଟପୁର ବିଶ୍ୱାସ ରାୟ ବିଜ୍ଞାନ ମହାବିଦ୍ୟାଳୟ ମିନି ଷ୍ଟାଡିୟମରେ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଆନୁକୁଲ୍ୟରେ...

ଓଡ଼ିଶାର ପ୍ରତ୍ୟେକ ଜିଲାରେ ମୁକ୍ତାକାଶ କାରାଗାର କରିବାକୁ ସୁପାରିଶ କଲେ ହାଇକୋର୍ଟ

କଟକ,୨୮।୧୧: ରାଜ୍ୟର ପ୍ରତ୍ୟେକ ଜିଲାରେ ମୁକ୍ତାକାଶ କାରାଗାର ପ୍ରତିଷ୍ଠା କରିବାକୁ ଓଡ଼ିଶାର କାରାଗାର ମହାନିର୍ଦ୍ଦେଶକ (ଡିଜି)ଙ୍କୁ ସୁପାରିଶ କରିଛନ୍ତି ହାଇକୋର୍ଟ। ଭାରତର ଅନ୍ୟ ରାଜ୍ୟମାନଙ୍କରେ ଏହି...

ଡିସେମ୍ବର ୧ରେ କଂସ ଚୟନ

ବରଗଡ଼,୨୮।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବ ୨୦୨୫ ଜାନୁୟାରୀ ୩ତାରିଖରୁ ଆରମ୍ଭ ହେବ। ଏଥର କଂସ ଅଭିନେତା ଚୟନ ହେବାକୁ ଯାଉଥିବାରୁ ଏହି ମହୋତ୍ସବରେ କାହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri