ହୋମ୍‌ ଓ୍ବାର୍କ ନ କରିବାରୁ ୫ ବର୍ଷର ଶିଶୁକନ୍ୟାକୁ ଏମିତି ଦଣ୍ଡ ଦେଲେ ମା’, ଭିଡିଓ ଦେଖିଲେ…

ନୂଆଦିଲ୍ଲୀ,୮ା୬: ରାଜଧାନୀରେ ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି। ଜଣେ ମା’ ଯେ, ନିଜ ଜନ୍ମିତ ପିଲାକୁ ଏପରି ଦଣ୍ଡ ଦେଇପାରେ ତାହା ସହଜରେ ବିଶ୍ୱାସ କରି ହେଉନାହିଁ। ମାତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋରୁ ଏହା ସ୍ପଷ୍ଟ ଜଣାପଡ଼ିଛି।

ଜଣେ ମା’ ନିଜ ୫ ବର୍ଷ ଝିଅର ହାତଗୋଡ଼ ବାନ୍ଧି ପ୍ରଚଣ୍ଡ ଖରାରେ ଛାତ ଉପରେ ଛାଡ଼ି ଦେଇଛନ୍ତି। ପିଲାଟି ଖରା ଧୂପରେ ଚିତ୍କାର କରି ଚାଲିଥିଲେ ମଧ୍ୟ କେହି ତାକୁ ରକ୍ଷା କରିବାକୁ ଯାଉ ନ ଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ ଦିଲ୍ଲୀ ମହିଳା ଆୟୋଗ ପୋଲିସକୁ ପଦକ୍ଷେପ ନେବାକୁ କହିଥିଲେ।

ଡିସିଡବ୍ଲ୍ୟୁ ଅଧ୍ୟକ୍ଷ ସ୍ବାତୀ ମାଲିଓ୍ବାଲ ଟୁଇଟ୍‌ କରି କହିଛନ୍ତି, ଦିଲ୍ଲୀର ତୁକମୀରପୁରର ଖଜୁରୀ ଖାସ୍‌ ଅଞ୍ଚଳରେ ଏପରି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ବୁଧବାର ଏକ ଶିଶୁକନ୍ୟାର ହାତଗୋଡ଼ ବାନ୍ଧି ମା’ ଜଣକ ଛାତରେ ଛାଡ଼ି ଦେଇଛନ୍ତି। ଯାହା ସ୍ପଷ୍ଟ ଦେଖାଯାଉଛି। ପିଲାଟି ଜୋର୍‌ରେ କାନ୍ଦୁଥିବା ଦେଖିବାକୁ ମିଳିଛି। ସେ କହିଛନ୍ତି, ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଏହା ସହିତ ଦିଲ୍ଲୀ ପୋଲିସକୁ ନୋଟିସ ଦେଇ ଏ ସମ୍ପର୍କରେ ଏଫ୍‌ଆଇଆର୍‌ ପାଇଁ କୁହାଯାଇଥିଲା। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ଅନ୍ୟପକ୍ଷରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ମା’ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ କଠୋର ଦଣ୍ଡ ଦାବି କରିଛନ୍ତି। ଜଣେ ୟୁଜର କହିଛନ୍ତି ମା’ର ତାଲିବାନ ଦଣ୍ଡ।

Share