ହାଇଦ୍ରାବାଦ୍, ୯।୭: ଜ୍ୱାଇଁଙ୍କୁ ଘରେ କୁଣିଆ କରିବା ଲାଗି ଶାଶୁ ମା’ମାନେ ସବୁ ସମୟରେ ଚେଷ୍ଟା କରିଥାନ୍ତି। କିଭଳି ଜ୍ୱାଇଁ ପୁଅଙ୍କ ୬ ତିଅଣ ୯ ଭଜାରେ ଖାଇବାକୁ ଦିଆଯିବ ଏଥିଲାଗି ଝିଅ ଘର ପକ୍ଷରୁ ପ୍ରୟାସ କରାଯାଇଥାଏ। ଆନ୍ଧ୍ରପ୍ରଦେଶରେ ଏଭଳି ଏକ ଘଟଣାର ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ୨ ମିନିଟ୍ ୧୯ ସେକେଣ୍ଡର ଏହି ଭିଡ଼ିଓକୁ ଅନଥା ରୁପାନାଗୁଡ଼ି ନାମକ ଜଣେ ୟୁଜର ଟୁଇଟରରେ ଶେୟାର କରିଛନ୍ତି। ଭିଡ଼ିଓରେ ଜଣେ ଶାଶୁ ଜ୍ୱାଇଁଙ୍କ ପାଇଁ ୬୭ ପ୍ରକାର ଖାଦ୍ୟ ପ୍ରସ୍ତୁତ କରିଥିବାର ଦେଖିବାକୁ ମିଳୁଛି। ଖାଦ୍ୟ ମଧ୍ୟରେ ଓ୍ବେଲକମ୍ ଡ୍ରିଙ୍କସ୍, ଷ୍ଟାଟର୍ସ, ଚାଟ୍ ଏବଂ ମୁଖ୍ୟ ଖାଦ୍ୟ ଆଦି ରହିଛି। ଇତିମଧ୍ୟରେ ଏହି ଭିଡ଼ିଓକୁ ୯୧ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି। ବହୁ ୟୁଜର ଏନେଇ ମଜାଳିଆ ମନ୍ତବ୍ୟ ମଧ୍ୟ ଦେଇଛନ୍ତି। ଏହାକୁ ଅଢ଼େଇ ହଜାରରୁ ଅଧିକ ୟୁଜର ଲାଇକ୍ କରିସାରିଛନ୍ତି।