Categories: ଜାତୀୟ

ପ୍ରତି ଭାରତୀୟଙ୍କ ସ୍ବର ହେଉଛନ୍ତି ଭାରତ ମାତା: ରାହୁଲ…

ନୂଆଦିଲ୍ଲୀ,୧୫।୮ : ୭୭ ତମ ସ୍ବାଧୀନତା ଦିବସ ଅବସରରେ କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଦେଶର ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ଭାରତ ମାତାଙ୍କୁ ପ୍ରତ୍ୟେକ ଭାରତୀୟଙ୍କ ସ୍ବର ବୋଲି କହିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ରାହୁଲ ଗାନ୍ଧୀ କହିଛନ୍ତି ଭାରତ ମାତା ପ୍ରତ୍ୟେକ ଭାରତୀୟଙ୍କ ସ୍ବର। ସମସ୍ତ ଦେଶବାସୀଙ୍କୁ ସ୍ବାଧୀନତା ଦିବସର ଶୁଭେଚ୍ଛା।

ଏହା ସହିତ ରାହୁଲ ଗାନ୍ଧୀ ମଧ୍ୟ ଭାରତ ଯୋଡୋ ଯାତ୍ରାର ଅନୁଭୂତି ବଖାଣୀ କହିଛନ୍ତି ସମୁଦ୍ର କୂଳରୁ ୧୪୫ ଦିନିଆ ପଦଯାତ୍ରା ଆରମ୍ଭ କରି କଶ୍ମୀରର ବରଫରେ ପହଞ୍ଚିଥିଲି। ପଦଯାତ୍ରା ମତେ ଲୋକଙ୍କ ସହିତ ମିଶିବାର ସୁଯୋଗ ପ୍ରଦାନ କରିଥିବା ରାହୁଲ କହିଛନ୍ତି।

Share