Categories: ଜାତୀୟ

ମା’ ସବୁଠୁ ଭଲ ରାନ୍ଧୁଣୀ: ରାହୁଲ

ନୂଆଦିଲ୍ଲୀ, ୨୪।୪: ଖାଦ୍ୟକୁ ନେଇ କଂଗ୍ରେସ ନେତା ରହୁଲ ଗାନ୍ଧୀଙ୍କର ଥିବା ରୁଚି ବିଷୟରେ ପ୍ରାୟ ସମସ୍ତେ ଅବଗତ। କେଉଁ ରାଜନେତାମାନେ ଭଲ ରୋଷେଇ କରନ୍ତି ସେ ବାବଦରେ ରାହୁଲ ନିକଟରେ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ‘ଖାନେ ମେଁ କ୍ୟା ହୈ’କୁ ସାକ୍ଷାତ୍‌କାର ଦେବା ସମୟରେ କହିଛନ୍ତି। ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଭଲ ରୋଷେଇ କରନ୍ତି। କିନ୍ତୁ ସବୁ ରାଜନେତାଙ୍କ ମଧ୍ୟରେ ମୋ ମା’ ସବୁଠୁ ଭଲ ଖାଦ୍ୟ ପ୍ରସ୍ତୁତ କରନ୍ତି ବୋଲି ରାହୁଲ ନିଜ ଇଣ୍ଟରଭ୍ୟୁରେ କହିଛନ୍ତି। ସ୍ବାଦିଷ୍ଟ ବ୍ୟଞ୍ଜନ ରାନ୍ଧିବା କ୍ଷେତ୍ରରେ ସୋନିଆଙ୍କୁ ଶୀର୍ଷରେ ରଖିବା ପରେ ରାହୁଲ ଭଉଣୀ ପ୍ରିୟଙ୍କାଙ୍କୁ ଦ୍ୱିତୀୟ ସ୍ଥାନରେ ରଖିଛନ୍ତି। ଅନ୍ୟପକ୍ଷେ ସକାଳେ କଫି ଏବଂ ରାତିରେ ଚା’ ପିଇବା ରାହୁଲଙ୍କୁ ଭଲ ଲାଗୁଥିବାବେଳେ ସେ ଭାରତୀୟ ମିଠା ଖାଇବାକୁ ପସନ୍ଦ କରନ୍ତି ବୋଲି କହିଛନ୍ତି। କିଛିଦିନ ପୂର୍ବେ ରାହୁଲ ପୁରୁଣା ଦିଲ୍ଲୀର ମଟିଆ ମହଲ ଏବଂ ବଙ୍ଗାଲି ବଜାର ବୁଲି ଷ୍ଟ୍ରିଟ୍‌ ଫୁଡ୍‌ର ମଜା ନେଇଥିଲେ।

Share