ବାପାଙ୍କ ଆଖି ସାମ୍ନାରେ ୯ ମାସର ଶିଶୁକନ୍ୟାକୁ ଧରି ନଦୀକୁ ଡେଇଁଲେ ମା’

ଆଳି,୫ା୪(ବନମାଳୀ ସେନାପତି): ସ୍ବାମୀଙ୍କ ସାମ୍ନାରେ ୯ ମାସର ଶିଶୁକନ୍ୟାକୁ ଧରି ଖରସ୍ରୋତା ନଦୀକୁ ଶୁକ୍ରବାର ଡେଇଁଛନ୍ତି ଜଣେ ମା’। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ଆଳି ଅଞ୍ଚଳରେ। ଆଳି ଓ ରାଜକନିକାକୁ ସଂଯୋଗ କରୁଥିବା ଗଡ଼ଗଡି ସେତୁ ଉପରୁ ସ୍ବାମୀଙ୍କ ଆଖି ସାମ୍ନାରେ ମହିଳା ଜଣକ ତାଙ୍କ ୯ ମାସର ଶିଶୁକନ୍ୟାକୁ ଧରି ନଦୀକୁ ଡେଇଁ ପଡ଼ିଥିଲେ। ଏହା ଦେଖି ସ୍ଥାନୀୟ ଲୋକ ସଙ୍ଗେସଙ୍ଗେ ଡଙ୍ଗା ନେଇ ନଦୀ ଗର୍ଭରୁ ଉଭୟ ମା’ ଓ ଶିଶୁକନ୍ୟାକୁ ଉଦ୍ଧାର କରି ଆଳି ମେଡିକାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍ଗୀନ ଥିବାରୁ ଉଭୟଙ୍କୁ କେନ୍ଦ୍ରାପଡ଼ା ମେଡିକାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ମହିଳା ଜଣକ ଆଳି ଥାନା ଅନ୍ତର୍ଗତ ଖନ୍ଦୋଳ ଗ୍ରାମର ବୋଲି ସୂଚନା ମିଳିଛି।

Share