କେନ୍ଦୁଝର(ନରେଶ ଚନ୍ଦ୍ର ପଟ୍ଟନାୟକ)/ ତେଲକୋଇ(ରଞ୍ଜିତ ବିଶ୍ୱାଳ),୧୫ା୮:କେନ୍ଦୁଝର ଜିଲା ତେଲକୋଇ ବ୍ଲକ ବିମଳା ପଞ୍ଚାୟତ ନମକାନି ଗ୍ରାମ ଜୁଆଙ୍ଗ ସାହିର ମହିଳା ଲକ୍ଷ୍ମୀ ଜୁଆଙ୍ଗ (୩୦) ୨୦୧୮ରେ ତାଙ୍କ ବର୍ଷକର ଝିଅକୁ ଗାଡ଼ିଆରେ ବୁଡାଇ ହତ୍ୟା କରିଥିବା ବେଳେ ସୋମବାର ତାଙ୍କର ୨୪ ଦିନର ଶିଶୁପୁତ୍ର (ସୋନୁ)ଙ୍କୁ ଟାଙ୍ଗିଆରେ ହାଣି ଖଣ୍ଡ ଖଣ୍ଡ କରି ହତ୍ୟା କରିଛନ୍ତି। ପୋଲିସ ଲକ୍ଷ୍ମୀଙ୍କୁ ଗିରଫ କରି ତଦନ୍ତ କରୁଛି। ପୂର୍ବରୁ ଝିଅକୁ ଗାଡ଼ିଆରେ ବୁଡ଼ାଇ ହତ୍ୟା ଅଭିଯୋଗରେ ଲକ୍ଷ୍ମୀ ଜେଲରେ ଥିଲେ। ଦୁଇ ବର୍ଷ ହେବ ସେ ଜାମିନ୍ରେ ଆସି ସ୍ବାମୀଙ୍କ ସହିତ ରହୁଥିଲେ। ପୂର୍ବରୁ ଲକ୍ଷ୍ମୀଙ୍କ ଏକ ପୁଅ ଅଛି। ସେ ଏବେ ପ୍ରଥମ ଶ୍ରେଣୀରେ ପଢୁଛନ୍ତି।