ଘରେ କ’ଣ ଥିଲେ ମା’ ଲକ୍ଷ୍ମୀ ହୁଅନ୍ତି ଅସନ୍ତୁଷ୍ଟ; ଜାଣନ୍ତୁ…

ବାସ୍ତୁଶାସ୍ତ୍ର ଅନୁସାରେ, ଘର ପରିବେଶ ସଫା, ସୁତୁରା ରହିଲେ ମା’ ଲକ୍ଷ୍ମୀ ଖୁସି ହୋଇଥାନ୍ତି। ଆଉ ତାଙ୍କରି ଆଶୀର୍ବାଦରୁ ଘରେ ଐଶ୍ୱର୍ଯ୍ୟ ବୃଦ୍ଧି ପାଇଥାଏ। ହେଲେ ଘରେ କେଉଁ ଜିନିଷ ରହିଲେ ଲକ୍ଷ୍ମୀ ମାତା ଅସନ୍ତୁଷ୍ଟ ହୁଅନ୍ତି, ଆସନ୍ତୁ ଜାଣିବା ସେ ସମ୍ପର୍କରେ…

*ଫଟା କିମ୍ବା ଭାଙ୍ଗି ଯାଇଥିବା କାଚ, ଭଙ୍ଗା ପଲଙ୍କ, କବାଟ ଅବା ଆସବାବପତ୍ର, ଅଦରକାରୀ ବାସନକୁସନ, ବନ୍ଦ ହୋଇଯାଇଥିବା ଘଣ୍ଟା, ଭଗବାନଙ୍କର ଭଙ୍ଗା ମୂର୍ତ୍ତି, ନଷ୍ଟ ହୋଇଯାଇଥିବା ଚିତ୍ର କିମ୍ବା ଇଲେକ୍ଟ୍ରୋନିକ୍‌ ଜିନିଷ, ଚାଲୁ ନ ଥିବା ପେନ୍‌ ଇତ୍ୟାଦିକୁ ଘରେ ରଖିଲେ ଘରର ଐଶ୍ୱର୍ଯ୍ୟ ନଷ୍ଟ ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।

*ତା’ଛଡ଼ା ଏସବୁ ଜିନିଷ ଘରେ ଥିଲେ ଘରେ ଆର୍ଥିକ ସମସ୍ୟା ଦେଖାଦେବା ସହ ଘରର ସଦସ୍ୟଙ୍କ ମାନସିକ ଚିନ୍ତାର ଅନ୍ୟତମ କାରଣ ମଧ୍ୟ ସାଜିଥାଏ।

*କେବଳ ସେତିକି ନୁହେଁ, ପରିବାର ସଦସ୍ୟଙ୍କ ଉନ୍ନତିରେ ଏହି ସବୁ ଅଦରକାରୀ ଜିନିଷ ବାଧା ସୃଷ୍ଟି କରାଇବା ସହ ପତ୍ନୀ-ପତିଙ୍କ ବୈବାହିକ ଜୀବନରେ ନକାରାତ୍ମକ ପ୍ରଭାବ ମଧ୍ୟ ପକାଇଥାଏ।

*ତେଣୁ ଏସବୁ ଜିନିଷକୁ ଘରୁ ଯେତେ ଶୀଘ୍ର ସଫା କରିଦେବେ ସେତେ ଭଲ; ଯଦ୍ଦ୍ବାରା ମା’ ଲକ୍ଷ୍ମୀ ଖୁସି ହେବା ସହ ଘରେ ସୁଖ, ଶାନ୍ତି ବଜାୟ ରହିବ।