Categories: ରାଜ୍ୟ

କାମ ସାରି ଆସୁଛି କହି ନବଜାତ ଶିଶୁପୁତ୍ରକୁ ଛାଡ଼ି ଚାଲିଗଲା ମା’

ଭଦ୍ରକ ଅଫିସ, ୨୨।୩- ଭଦ୍ରକ ଚରମ୍ପା ନିକଟ ଲକ୍ଷ୍ମୀନାରାୟଣ ମନ୍ଦିର ନିକଟରେ ସୋମବାର ବସିଥିବା ଯୁବକଙ୍କୁ ଜଣେ ମହିଳା କାମ ସାରି ଆସିବା ପର୍ଯ୍ୟନ୍ତ ତାଙ୍କ ପିଲାକୁ ଧରିବା ପାଇଁ କହି କେଉଁଆଡ଼େ ଚାଲିଯାଇଥିଲେ। ତିନି ଘଣ୍ଟା ଧରି ଅପେକ୍ଷା କରିବା ପରେ ମହିଳା ଜଣଙ୍କ ନ ଫେରିବାରୁ ଶେଷରେ ଟାଉନ ପୋଲିସକୁ ଖବର ଦେଇଥିଲେ ଯୁବକ। ପୋଲିସ ଓ ଚାଇଲ୍ଡ ଲାଇନ କର୍ମକର୍ତ୍ତା ପହଞ୍ଚି ନବଜାତକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ନବଜାତ ଜଣେ ଶିଶୁପୁତ୍ର ଓ ୧୦ ଦିନର ହୋଇଥାଇପାରେ ବୋଲି ଚାଇଲ୍ଡ ଲାଇନ ପକ୍ଷରୁ ଅନୁମାନ କରାଯାଉଛି। ଶିଶୁକୁ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟ ଶିଶୁ ବିଭାଗରେ ଭର୍ତ୍ତି କରାଯାଇଥିବା ଟାଉନ ପୋଲିସ ସୂଚନା ଦେଇଛି।

Share