Categories: ଜାତୀୟ

ପ୍ରେମ ପାଇଁ ୪ ସନ୍ତାନଙ୍କ ଜନନୀ ସ୍ବାମୀଙ୍କ ଉପରେ କଲେ ଏପରି…

ଜୟପୁର, ୨୭।୮: ପ୍ରେମ ପାଇଁ ସ୍ବାମୀଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଥିବା ଜଣେ ମହିଳାଙ୍କୁ ରାଜସ୍ଥାନ ପୋଲିସ ଗିରଫ କରିଛି। ସ୍ଥାନୀୟ ଆଗ୍ରା ଜିଲାର ଫତେହବାଦ୍‌ ଅଞ୍ଚଳର ଶ୍ରୀକିଶନ୍‌ ମୌଜା ଅନ୍ତର୍ଗତ ଭରାପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଲକ୍‌ ଡାଉନ୍‌ ସମୟରେ ଘରେ ରହିଥିବା ଜଣେ ସମ୍ପର୍କୀୟ ପୁତୁରା ଜ୍ଞାନ ସିଂଙ୍କ ସହିତ ରାମ ଅମର ସିଂଙ୍କ ସ୍ତ୍ରୀ ମମତାଙ୍କର ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ତେବେ ପ୍ରେମ ବାଟରେ ଅମର ସିଂ କଣ୍ଟା ସାଜିଥିଲେ। ଅଗଷ୍ଟ ୧୮ରେ ଅମର ସିଂ ଏନେଇ ପାଟିତୁଣ୍ଡ କରିଥିଲେ। ତେଣୁ ତାଙ୍କୁ ପ୍ରେମିକ ଜ୍ଞାନଙ୍କ ସହିତ ମିଶି ଗଳା ଚିପି ହତ୍ୟା କରିବା ପରେ ମୃତଦେହକୁ ଅଗଷ୍ଟ ୨୦ରେ ମମତା ଘରେ ଝୁଲାଇ ଦେଇଥିଲେ। ପରେ ଅଗଷ୍ଟ ୨୩ରେ ପୁତୁରା ଥାନାରେ ଏନେଇ ଏତଲା ଦେଇଥିଲେ। ତେବେ ପୋଲିସ ବୁଧବାର ଘଟଣାର ପର୍ଦ୍ଦାଫାଶ୍‌ କରିଛି। ଜ୍ଞାନ ଏବଂ ମମତା ଉଭୟ ନିଜର ଦୋଷ ସ୍ବୀକାର କରିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Share