Categories: ଜାତୀୟ

୭ ସନ୍ତାନଙ୍କୁ ଛାଡି ପ୍ରେମିକ ସହ ମହିଳା ଫେରାର୍‌

ଭୋପାଳ,୨୮।୪: କୁହାଯାଏ, ପ୍ରେମ ଅନ୍ଧ ହୋଇଥାଏ। କେତେବେଳେ କାହାକୁ ପ୍ରେମ ହୋଇଯାଏ ତାହା ଜଣାପଡେ ନାହିଁ। ମଧ୍ୟପ୍ରଦେଶର ଛତ୍ରପୁରରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି। ଜଣେ ୫୦ ବର୍ଷ ବୟସ୍କା ମହିଳା ୨୦ ବର୍ଷର ପ୍ରେମିକ ସହ ଫେରାର୍‌ ହୋଇଯାଇଛନ୍ତି। ଏନେଇ ମହିଳାଙ୍କ ସ୍ବାମୀ ଏବଂ ପିଲାମାନେ ପୋଲିସରେ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ମହିଳା ଜଣକ ସାଟାଇ ପୋଲିସ ଷ୍ଟେଶନ ଅଞ୍ଚଳର ଚାଡେରାନପୁରାରେ ଚାଷ ଅମଳ କରିବାକୁ ଯାଉଥିଲେ। ସେଠାରେ ତାଙ୍କର ୨୦ ବର୍ଷ ବୟସ୍କ ମହେଶ ସେନଙ୍କ ପ୍ରେମ ସମ୍ପର୍କ ଗଢିଉଠିଥିଲା। ପରେ ଦୁହେଁ ଫେରାର ହୋଇଯାଇଥିଲେ। ସମ୍ପୃକ୍ତ ମହିଳାଙ୍କ ସ୍ବାମୀ ହରିମୋହନ ସେନ (ବୟସ ୫୫ ବର୍ଷ) ପୋଲିସ ଷ୍ଟେଶନରେ ପହଞ୍ଚି କହିଥିଲେ, ୩୫ ବର୍ଷ ପୂର୍ବେ ସେ ସଞ୍ଜୁ ସେନଙ୍କୁ ବିବାହ କରିଥିଲେ। ଉଭୟଙ୍କର ସାତୋଟି ସନ୍ତାନ ଅଛନ୍ତି। ଏଥିମଧ୍ୟରୁ ତିନି ଝିଅ ବିବାହିତ। ଦୁଇ ଝିଅ ଏବଂ ଦୁଇ ପୁଅ ମାତାପିତାଙ୍କ ସହିତ ରୁହନ୍ତି। ସଞ୍ଜୁ ପ୍ରେମିକ ସହ ଫେରାର ହେବାବେଳେ ଗହମ ବିକ୍ରି ଟଙ୍କା ନେଇ ପଳାଇଛନ୍ତି। ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି।

 

Share