ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଭିଡିଓରେ ଜଣେ ମା’ ନିଜ ପୁଅକୁ ଏକ ଶାଢ଼ିରେ ବାନ୍ଧି ଦଶମ ମହଲାରୁ ଟାଙ୍ଗିଥିବାର ନଜର ଆସିଛନ୍ତି । ଦିଲ୍ଲୀ ନିକଟସ୍ଥ ଫରିଦାବାଦର ଏହି ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ପରେ ଶିଶୁଟିକୁ ସୁରକ୍ଷିତ ଭାବରେ ଟାଣି ନିଆଯାଇଥିଲା, ନଚେତ ଶିଶୁର ଜୀବନ ମଧ୍ୟ ବିପଦ ମଧ୍ୟରେ ଥିଲା। ସମସ୍ତେ ଭାବୁଛନ୍ତି ଯେ ମା’ କାହିଁକି ଏପରି କଲେ?
ଭିଡିଓଟି ଫରିଦାବାଦର ସେକ୍ଟର -୮୨ ରେ ଅବସ୍ଥିତ ଫ୍ଲୋରିଡା ସୋସାଇଟିର। ମହିଳା ଜଣକ ଦଶମ ମହଲାରେ ରୁହନ୍ତି, ତାଙ୍କର ପୋଷାକ ତଳ ଫ୍ଲୋରରେ ପଡିଯାଇଥିଲା । ସେହି ଫ୍ଲୋରରେ ତାଲା ପଡିଥିଲା। ମହିଳା ଜଣକ ସେଠାକୁ ଯାଇ ପୋଷାକ ଆଣି ପାରି ନ ଥିଲେ। ଏହି କାରଣରୁ ମହିଳା ଜଣକ ପୁଅକୁ ଏକ ଶାଢ଼ିରେ ବାନ୍ଧି ପୋଷାକ ଆଣିବା ପାଇଁ ଟାଙ୍ଗି ଦେଇଥିଲେ। ଏହି ସମୟରେ, ଆଗ ମହଲାରେ ରହୁଥିବା ଲୋକମାନେ ଏକ ଭିଡିଓ ତିଆରି କରିଥିଲେ, ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।
ସୋସାଇଟିରେ ବାସ କରୁଥିବା ଲୋକମାନେ କହିଥିଲେ ଯେ, ଏହି ଘଟଣା ୬ କିମ୍ବା ୭ ଫେବୃୟାରୀର। ମହିଳା ଜଣକ ତାଙ୍କ ପୁଅକୁ ଏକ ଶାଢ଼ିରେ ବାନ୍ଧି କପଡା ନେବାକୁ ପଠାଇଥିଲେ।, ସେ ଏପରି କରିଥିବାରୁ ତାଙ୍କୁ ନୋଟିସ କରାଯାଇଥିଲା। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।