ମା’ର ମମତା ସହ କୌଣସି ଜିନିଷକୁ ତୁଳନା କରାଯାଇ ପାରିବ ନାହିଁ। ମା’ ନିଜ ପିଲା ପାଇଁ କିଛି ବି କରିବାକୁ ପଛାଇ ନ ଥାଏ। ଏଥିପାଇଁ ଭାରତର ଲେହରେ ରହୁଥିବା ଜଣେ ମା’ ଏବେ ଚର୍ଚ୍ଚାରେ। କାରଣ ଏହି ମା’ ଦିଲ୍ଲୀରେ ଥିବା ନିଜ ଶିଶୁପାଇଁ ପ୍ରତିଦିନ ପ୍ଲେନ୍ରେ କ୍ଷୀର ପଠାଉଛନ୍ତି।
ଜୁନ୍ ୧୬ରେ ଶିଶୁଟି ଜନ୍ମ ହୋଇଥିଲା। ଜନ୍ମ ହେବାର କିଛି ସମୟ ପରେ ଶିଶୁର ଖାଦ୍ୟ ନଳୀରେ ସମସ୍ୟା ଥିବା ଡାକ୍ତର କହିଥିଲେ। ଏହା ପରେ ଡାକ୍ତର ତାଙ୍କୁ ଦିଲ୍ଲୀ ପଠାଇ ଦେଇଥିଲେ। ଶିଶୁ ମା’ଙ୍କର ସର୍ଜରୀ ହୋଇଥିବାରୁ ସେ ଲେହରୁ ଦିଲ୍ଲୀ ଯାଇପାରି ନ ଥିଲେ। ଶିଶୁର ଖାଦ୍ୟ ନଳୀ ଅପରେଶନ ହୋଇଛି। ସର୍ଜରୀ ପରେ ଡାକ୍ତର ତାଙ୍କୁ ମା’ କ୍ଷୀର ଖାଇବାକୁ କହିଥିଲେ। ଏଥିପାଇଁ ଅନ୍ୟ କୌଣସି ଉପାୟ ନ ପାଇଁ ଲେହରୁ ପ୍ଲେନ୍ ସାହାଯ୍ୟରେ ଡବାରେ ମା’ ପ୍ରତିଦିନ ନିଜ ପିଲା ପାଇଁ କ୍ଷୀର ପଠାଉଛନ୍ତି। ଏଥିପାଇଁ ୧୫ ମିନିଟ ସମୟ ଲାଗୁଛି।