ବିମାନ ବନ୍ଦରରେ ପହଞ୍ଚିଲେ ଭଗବାନ ରାମଙ୍କ ସହିତ ମାତା ସୀତା ଆଉ ଲକ୍ଷ୍ମଣ, ଭିଡିଓ ଭାଇରାଲ…

ଅହମଦାବାଦ,୧୧।୧ : ୨୨ ଜାନୁଆରୀରେ ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ସମାରୋହକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ସର୍ବୋଚ୍ଚ ସ୍ତରରେ ରହିଛି। ରାମ ମନ୍ଦିରର ଉତ୍ସବରେ ଯୋଗଦେବାକୁ ଅଯୋଧ୍ୟାକୁ ଆସୁଥିବା ଭକ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗୁଜରାଟର ଅହମଦାବାଦରୁ ପ୍ରଥମ ବିମାନ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଛି।

ମନ୍ଦିରର ଉଦଘାଟନୀ ସମାରୋହ ଜାନୁୟାରୀ ୧୬ରୁ ଆରମ୍ଭ ହେବ ଏବଂ ଜାନୁୟାରୀ ୨୨ ରେ ଶେଷ ହେବ। ଅହମଦାବାଦ ବିମାନବନ୍ଦରରେ ଅଯୋଧ୍ୟା ଗସ୍ତରେ ଭକ୍ତଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି। ଭିଡିଓରେ ଏହା ଦେଖିବାକୁ ମିଳୁଛି ଭକ୍ତମାନେ ପ୍ରଭୁ ରାମଙ୍କ ପରି ପୋଷାକ ପିନ୍ଧିଛନ୍ତି। ବିମାନ ବନ୍ଦରରେ ଯାତ୍ରୀମାନେ ଉତ୍ସାହିତ ହୋଇ ଜୟ ଶ୍ରୀ ରାମଙ୍କ ସ୍ଲୋଗାନ ଦେଉଛନ୍ତି।

ଅଯୋଧ୍ୟା ଅଭିମୁଖେ ପ୍ରଥମ ବିମାନ ଉଡ଼ାଣ ଆରମ୍ଭ କରିବା ମାତ୍ରେ ଯାତ୍ରୀମାନେ ପ୍ରଭୁ ରାମ, ଲକ୍ଷ୍ମଣ, ସୀତା ଏବଂ ହନୁମାନ ପରି ବିମାନବନ୍ଦରରେ ପହଞ୍ଚିଥିଲେ।

ଇଣ୍ଡିଗୋ ଏୟାରଲାଇନ୍ସର କର୍ମଚାରୀଙ୍କ ସହ ସେମାନେ କେକ କାଟୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଭକ୍ତମାନେ ମଧ୍ୟ ରାମ ଲକ୍ଷ୍ମଣ ଜାନକୀ, ଜୟ କହ୍ନେୟା ଲାଲ କି ଗାନ କରୁଥିଲେ। ଅହମଦାବାଦରୁ ଅଯୋଧ୍ୟାକୁ ପ୍ରଥମ ବିମାନରେ ଯାତ୍ରା କରିଥିବାରୁ ତାଙ୍କୁ ପ୍ରଭୁ ରାମଙ୍କର ଏକ ପ୍ରତିମୂର୍ତ୍ତି ମଧ୍ୟ ପ୍ରଦାନ କରାଯାଇଥିଲା। ଏହି ବିମାନଟି ଅହମ୍ମଦାବାଦ ବିମାନବନ୍ଦରରୁ ପୂର୍ବାହ୍ନ ୯ଟା ୧୦ରେ ମହର୍ଷି ବାଲ୍ମିକୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡାଣ ଆରମ୍ଭ କରି ଅଯୋଧ୍ୟାରେ ପୂର୍ବାହ୍ନ ୧୧ରେ ଅବତରଣ କରିଛି।

 

Share