କୋଟି କୋଟି ଟଙ୍କା ଠକି ମାଆ-ପୁଅ ଗିରଫ

କଟକ,୧୧ା୧୧ (କାର୍ତ୍ତିକ ସାହୁ): ପ୍ଲଟ୍‌ ବିକ୍ରି ନାମରେ ଏକ ବଡ଼ ଧରଣର ଠକେଇ ହୋଇଛି। ଜମି ଦେବାକୁ କହି ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକେଇ ଅଭିଯୋଗରେ ବାଦାମବାଡ଼ି ଥାନା ପୋଲିସ ମାଆ-ପୁଅଙ୍କୁ ଗିରଫ ପରେ ଶୁକ୍ରବାର କୋର୍ଟ ଚାଲାଣ କରିଛି। ଏମାନେ ମିଥ୍ୟା ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଠକି ସେହି ପଇସାରେ ଅୟସ କରୁଥିଲେ। ସେମାନେ ହେଲେ ଜଗତସିଂହପୁରର ମୂଳବାସିନ୍ଦା ତଥା ନୂଆବଜାର ଗୋଶାଳା ରୋଡ୍‌ର ଅଧିବାସୀ ତୁଳସୀ ମିଶ୍ର (୫୪) ଓ ସମୀର ମିଶ୍ର (୩୨)। ଗତ ଜାନୁୟାରୀରେ ଅଭିଯୁକ୍ତ ମହିଳାଙ୍କ ଅନ୍ୟ ଜଣେ ପୁଅ ସମାନ ଅଭିଯୋଗରେ ଗିରଫ ହୋଇଥିଲେ। ଜଣେ ବିଲ୍ଡରଙ୍କ ମୃତ୍ୟୁ ପରେ ତାଙ୍କ ସଂସ୍ଥାକୁ ହାତେଇ ଅଭିଯୁକ୍ତମାନେ ଏଭଳି କାରବାର ଚଳାଇଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି। ପୋଲିସ ସୂଚନା ଅନୁସାରେ, ନୂଆବଜାର ଅଞ୍ଚଳର ସୁଧାଂଶୁ ମହାନ୍ତି ନାମକ ବ୍ୟକ୍ତି ସାଇ କନଷ୍ଟ୍ରକଶନ ନାମରେ ଏକ ସଂସ୍ଥା କରିଥିଲେ। ସେ ତ୍ରିଶୂଳିଆ ଅଞ୍ଚଳରେ ଜମି ପ୍ଲଟିଂ କରି ଲୋକଙ୍କୁ ବିକ୍ରି କରୁଥିଲେ। ସୁଧାଂଶୁଙ୍କ ପରିବାର ବାହାରେ ରହନ୍ତି। କିଛିବର୍ଷ ପୂର୍ବରୁ ସୁଧାଂଶୁଙ୍କ ସହିତ ତୁଳସୀ ମିଶ୍ରଙ୍କ ପରିଚୟ ହୋଇଥିଲା। ସମ୍ପର୍କ ବଢ଼ିବାରୁ ତୁଳସୀ ନିଜ ଦୁଇ ପୁଅଙ୍କୁ ନେଇ ସୁଧାଂଶୁଙ୍କ ଘରେ ରହିଲେ। ସମୟକ୍ରମେ ତୁଳସୀ ଡେଭଲପର୍ସ ନାମରେ ଏକ ନୂଆ ସଂସ୍ଥା ଗଢ଼ି ସୁଧାଂଶୁ ବ୍ୟବସାୟ କଲେ। କିଛିଦିନ ପରେ ସୁଧାଂଶୁଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଲା। ପରେ ତୁଳସୀ ମିଶ୍ର ନିଜ ସାଙ୍ଗିଆ ମହାନ୍ତିକୁ ବଦଳାଇଥିଲେ। ସେ ମୃତ ସୁଧାଂଶୁଙ୍କ ପତ୍ନୀ ବୋଲି ନିଜକୁ ପରିଚୟ ଦେଇ ତାଙ୍କ ସଂସ୍ଥା ଓ ସମ୍ପତ୍ତିକୁ ଦଖଲ କଲେ। ତୁଳସୀ ଓ ତାଙ୍କର ଦୁଇ ପୁଅ ଜମି ଦେବାକୁ କହି ସୁଧାଂଶୁଙ୍କ ସଂସ୍ଥା ନାଁରେ ବହୁ ଲୋକଙ୍କଠାରୁ ଟଙ୍କା ଆଣିଲେ। ହେଲେ ଜମି ଦେବା ସମୟ ହେବାରୁ ସେମାନେ ଖସିବାକୁ ଲାଗିଲେ। ଲୋକେ ଟଙ୍କା ଫେରସ୍ତ ମାଗିଲେ ତୁଳସୀ ନିଜର ଆଧାର କାର୍ଡ ଆଣି ସେଥିରେ ମହାନ୍ତି ନୁହେଁ, ମିଶ୍ର ସାଙ୍ଗିଆ ଲେଖାଥିବା ଦେଖାଇ ଖସୁଥିଲେ। ହେଲେ ତୁଳସୀ ଓ ତାଙ୍କ ଦୁଇ ପୁଅ ସବୁ ଟଙ୍କା ଓ ସମ୍ପତ୍ତି ଦଖଲ କରି ରଖିଥିବା ସମସ୍ତେ ଜାଣିବାରୁ ସେମାନଙ୍କ ନାମରେ ବିଭିନ୍ନ ଥାନାରେ ମାମଲା ରୁଜୁ କରିବା ଆରମ୍ଭ କଲେ। ଗତ ଜାନୁୟାରୀ ମାସରେ ବାଦାମବାଡ଼ି ଥାନାରେ ପ୍ରଥମ ଠକେଇ ମାମଲା ରୁଜୁ ହୋଇଥିଲା। ଏହାପରେ ନୟାଗଡ଼ ଜିଲା ଫତେଗଡ଼ ଥାନା ଅଞ୍ଚଳର ସନ୍ତୋଷ ରାଉତ ଏତଲା ଦେଇଥିଲେ। ପୋଲିସ ମାମଲାର ତଦନ୍ତ କରି ପ୍ରଥମେ ତୁଳସୀଙ୍କ ବଡ଼ ପୁଅ ଶିଶିର ମିଶ୍ର ଓରଫ ଶିଶିର ମହାନ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେ ଜେଲରେ ଥିବା ବେଳେ ତୁଳସୀ ଓ ତାଙ୍କ ପୁଅ ସମୀର ଫେରାର ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri