ମା’, ପୁଅ ହେଲେ ସମିତି ସଭ୍ୟ

ସଇଁତଳା, ୩ା୩(ଡି.ଏନ.ଏ.): ବଲାଙ୍ଗୀର ଜିଲା ସଇଁତଳା ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଫଳ ପ୍ରକାଶ ପାଇଛି। ଘୋଷିତ ତାଲିକାରେ ସମିତି ସଭ୍ୟଭାବେ ମା’ ଓ ପୁଅ ନିର୍ବାଚିତ ହୋଇଛନ୍ତି।

ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇଙ୍କ ସ୍ତ୍ରୀ ତଥା ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ମୋନିକା ସିଂ ଭୋଇ ସଇଁତଳା ପଞ୍ଚାୟତରୁ ସମିତି ସଭ୍ୟଭାବେ ନିର୍ବାଚିତ ହୋଇଛନ୍ତି। ତାଙ୍କୁ ୨୩୩୮ଖଣ୍ଡ ଭୋଟ ମିଳିଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତପସ୍ବିନୀ ପଧାନଙ୍କୁ ମିଳିଛି ମାତ୍ର ୩୬୫ ଖଣ୍ଡ ଭୋଟ। ଅନୁରୂପ ଭାବେ ମୋନିକାଙ୍କ ପୁଅ ସିମ୍ରନ ସିଂ ଭୋଇ ଡ଼େଙ୍ଗ ପଞ୍ଚାୟତରୁ ସମିତି ସଭ୍ୟଭାବେ ନିର୍ବାଚିତ ହୋଇଛନ୍ତି। ସିମ୍ରନଙ୍କୁ ୧୩୭୨ ଖଣ୍ଡ ଭୋଟ ମିଳିଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଜେମାମଣୀ ମଲ୍ଲିକଙ୍କୁ ମିଳିଛି ୪୭୧ ଭୋଟ। ଏବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପାଇଁ ଛକାପଞ୍ଝା ଆରମ୍ଭ ହୋଇଥିବା ବେଳେ ସମ୍ପ୍ରତି ମୋନିକାଙ୍କୁ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପାଇଁ ପ୍ରମୁଖ ଦାବିଦାର ବୋଲି କୁହାଯାଉଛି।

Share