Categories: ଜାତୀୟ

ମା’ପୁଅ, ସମ୍ପର୍କୀୟ ଜୀବନ୍ତ ଦଗ୍ଧ

ଗୁଆହାଟୀ,୮ା୬: ହିଂସା ପ୍ରଭାବିତ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ଅଶାନ୍ତି ଲାଗିରହିଛି। ଜଣେ ମହିଳା ନିଜ ୮ ବର୍ଷର ଗୁଳିବିଦ୍ଧ ପୁଅକୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନେଉଥିବାବେଳେ ସେମାନଙ୍କ ଆମ୍ବୁଲାନ୍ସରେ ଦୁର୍ବୃତ୍ତମାନେ ନିଅଁା ଲଗାଇଦେଇଛନ୍ତି। ଏଥିରେ ଉଭୟଙ୍କ ସହ ସେମାନଙ୍କ ଜଣେ ସମ୍ପର୍କୀୟଙ୍କ ମୃତ୍ୟୁ ଘଟିଛି।
ଗୁଳିମାଡ଼ର ଶିକାର ହୋଇଥିବା ନାବାଳକଙ୍କୁ ତାଙ୍କ ମା’ ରବିବାର ସନ୍ଧ୍ୟାରେ ଏକ ଆମ୍ବୁଲାନ୍ସରେ ଚିକିତ୍ସା ପାଇଁ ନେଇ ଯାଉଥିଲେ। ଇମ୍ଫାଲ ଓ୍ବେଷ୍ଟ ଅନ୍ତର୍ଗତ ଇରୋଇସେମ୍ବାର ଲାମ୍ଫେଲ ଥାନା ଅଞ୍ଚଳରେ ଲୋକେ ସେଥିରେ ନିଅଁା ଲଗାଇଦେଇଥିଲେ। ଫଳରେ ୮ ବର୍ଷୀୟ ତୋନ୍‌ସିଂ ହଙ୍ଗ୍‌ସିଙ୍ଗ୍‌, ତାଙ୍କ ମା’ ମୀନା ହଙ୍ଗ୍‌ସିଙ୍ଗ୍‌ ଓ ସମ୍ପର୍କୀୟ ଲିଡିଆ ଲରେମ୍ବାମ୍‌ଙ୍କ ମୃତ୍ୟୁ ଘଟିଛି। ମୀନା ମେଇତି ସମ୍ପ୍ରଦାୟର ହୋଇଥିବାବେଳେ ତାଙ୍କ ସ୍ବାମୀ କୁକି ବର୍ଗର। ମେ’ ୩ ହିଂସା ପରଠୁ ସେମାନେ କଙ୍ଗ୍‌ଚୁପ୍‌ସ୍ଥିତ ଆସାମ ରାଇଫଲ୍ସ ରିଲିଫ୍‌ କ୍ୟାମ୍ପରେ ରହୁଥିଲେ। ମଣିପୁର ହିଂସାରେ ଅଦ୍ୟାବଧି ୮୦ ଜଣଙ୍କ ଜୀବନ ଯାଇଥିବାବଳେ ୩୫,୦୦୦ରୁ ଊର୍ଦ୍ଧ୍ୱ ଲୋକ ବିସ୍ଥାପିତ ହେଲେଣି।

Share