ଯେଉଁଘରେ ପିଲା ଅଛନ୍ତି, ସେଠାରେ ସଫାସୁତରା ରଖିବା ବହୁତ କଷ୍ଟ। ପ୍ରାୟ ପ୍ରତ୍ୟେକ ଘରେ ପିଲାମାନେ ଏମିତି କରିଥାନ୍ତି। ଯାହାକୁ ସଫା କରିବା ପାଇଁ ମା’ମାନଙ୍କୁ ବହୁତ ପରିଶ୍ରମ କରିବାକୁ ପଡ଼େ। ସେମିତି ଏକ ଘଟଣା ଦେଖିବାକୁ ମିଳିଛି ଆମେରିକାର ଲେକ୍ସିଙ୍ଗ୍ଟନ୍ରେ। ଜଣେ ମହିଳା ତାଙ୍କ ପୁଅଙ୍କ ଏମିତି ଏକ କାହାଣୀ ସୋସିଆଲ ମିଡିଆରେ ଶେୟାର କରିଛନ୍ତି, ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ଅମାଣ୍ଡା ନିଘବର୍ଟ ନାମକ ଜଣେ ମହିଳା ଯେତେବେଳେ ତାଙ୍କ ପୁଅଙ୍କ ବିଛଣା ଉଠାଇବାକୁ ଗଳେ ସେତେବେଳେ ବିଛଣା ତଳେ ଥିବା ଜିନିଷ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। ସେ ଏସବୁ ଜିନିଷ ସୋସିଆଲ ମିଡିଆରେ ବି ଶେୟାର କରିଛନ୍ତି। ବିଛଣା ତଳେ ପୁଅ ଚିପ୍ସ ପ୍ୟାକେଟ, ଚକୋଲେଟ୍ ଜରି, ଭଙ୍ଗା କଲମ, ଭଙ୍ଗା ଖେଳନା, ଖାଲି ବୋତଲ ଇଦ୍ୟାଦି ରଖିଥିଲେ।
ଅମାଣ୍ଡା ସୋସିଆଲ ମିଡିଆରେ ଏହାକୁ ଶେୟାର କରି କ୍ୟାପଶନ ଲେଖିଛନ୍ତି, ଆପଣ ଶେଷଥର ପାଇଁ କେବେ ଆପଣଙ୍କ ପିଲାର ବିଛଣା ସଫା କରିଥିଲେ? ଏହି ଭିଡିଓକୁ ୟୁଜର୍ସମାନେ ଖୁବ୍ ପସନ୍ଦ କରିଛନ୍ତି। ଭିଡିଓଟିକୁ ୧୭ ମିଲିୟନରୁ ଅଧିକ ଥର ଲୋକେ ଦେଖିସାରିଲେଣି। ୧ ମିଲିୟନରୁ ଅଧିକ ଲୋକ ଏହାକୁ ପସନ୍ଦ କରିଥିବା ବେଳେ ହଜାର ହଜାର ଲୋକ କମେଣ୍ଟ ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଯଦି ମୋ ରୁମ୍ ଏମିତି ହୋଇଥାନ୍ତା, ସତରେ ମୋ ମା’ ମୋତେ ମାରିଦେଇଥାନ୍ତେ। ଆଉ ଜଣେ ୟୁଜର ଲେଖିଛନ୍ତି, ଏହା ବହୁତ ଭୟଙ୍କର।