ପୁଅ ଉପରକୁ ଗରମ ଡାଲି ଫିଙ୍ଗିଲେ ମା’

ଆନନ୍ଦପୁର,୧୬ା୮(ସନ୍ତୋଷ ରାଉତ): କେନ୍ଦୁଝର ଜିଲା ଘସିପୁରା ଥାନା କଇନିପୁରା ଗ୍ରାମରେ ଘରୋଇ ହିଂସାର କରୁଣପରିଣତି ନଜରକୁ ଆସିଛି। ନିର୍ଯାତନା ସହି ନ ପାରି ସାବତ ମା’ ପୁଅ ଉପରକୁ ଗରମ ଡାଲି ଫିଙ୍ଗିଥିବା ଘଟଣା ଚର୍ଚ୍ଚାକୁ ଆସିଛି। ଗରମ ଡାଲି ପ୍ରଭାବରେ ଗୁରୁତର ପୁଅଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଘଟଣାକୁ ନେଇ ମା’ ଘସିପୁରା ଥାନାରେ ଲିଖିତ ଅଭିଯୋଗ କରିଥିବା ଥାନାଧିକାରୀ ବିବତ୍ସ ପ୍ରଧାନଙ୍କ ନିକଟରୁ ସୂଚନା ମିଳିଛି।

ସୂଚନାଯୋଗ୍ୟ, ବିଭିନ୍ନ ସମୟରେ ପୀଡ଼ିତ ଦୀପୁନ ଓ ତାଙ୍କ ବାପା ମାଧ ପାତ୍ର ଓ ସାବତ ମା’ ଜଞ୍ଜାଳି ପାତ୍ରଙ୍କ ସହିତ କଳି ଝଗଡ଼ା ଲାଗିଥିଲା। ଏପରିକି ପୁଅ ଦୀପୁନ ଅନେକ ସମୟରେ ବାପା ମାଧ ଓ ମା’ ଜଞ୍ଜାଳିଙ୍କୁ ମାରପାଟ୍‌ କରିଥାନ୍ତି। ବୁଧବାର ସକାଳେ ପୁନର୍ବାର ଦୀପୁନ ମା’-ବାପାଙ୍କୁ ମାରପିଟ୍‌ କରିବା ଅସହ୍ୟ ହେବାରୁ ସାବତ ମା’ ଅତିଷ୍ଠ ହୋଇ ଚୁଲିରେ ବସାଇଥିବା ଗରମ ଡାଲି ପୁଅ ଉପରକୁ ଫିଙ୍ଗି ଦେଇଥିଲେ।

Share