Categories: ଫୁରସତ

ଏହି ମା’ଙ୍କ ଭିଡିଓ ଦେଖିଲେ ଆଖିରେ ଆସୁଛି ଲୁହ, ସଲାମ କରୁଛନ୍ତି ଲୋକେ…

କଥାରେ ଅଛି ‘ମା’ ଦୁନିଆର ସବୁଠୁ ବଡ଼ ଯୋଦ୍ଧା’। ନିଜ ସନ୍ତାନର ଜୀବନକୁ ସରସସୁନ୍ଦର ଭାବେ ଗଢ଼ି ତୋଳିବା ଲାଗି ସେ କିଛି ବି କରିପାରେ। ନିଜ ପିଲା ଲାଗି ମା’ ଯେକୌଣସି ପରିସ୍ଥିତି ସହ ଲଢ଼ିପାରେ। ଏଥିଲାଗି ତା ସ୍ଥାନ କେହି ବି ନେଇ ପାରିବେ ନାହିଁ। ବିଶ୍ୱାସ ହେଉ ନ ଥିଲେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ଦେଖନ୍ତୁ। ଭିଡିଓଟି ଦେଖି ଆପଣ ଲୁହକୁ ରୋକି ପାରିବେ ନାହିଁ। କାରଣ ଏଥିରେ ଜଣେ ମା’ ନିଜର କୋଳରେ ପିଲାକୁ ଧରି ରିକ୍ସା ଚଳାଉଥିବା ନଜର ଆସୁଛନ୍ତି। ଗୋଟିଏ ହାତରେ ଗାଡ଼ିର ଷ୍ଟିଅରିଂ ଆଉ ଅନ୍ୟ ଏକ ହାତରେ ପିଲାକୁ ଧରି ସେ ବହୁତ କଷ୍ଟ କରୁଛନ୍ତି। ଭିଡିଓକୁ ଦେଖି ଲୋକେ ଭାବବିହ୍ବଳ ହେବା ସହ ଏଭଳି ମା’କୁ ସଲାମ୍‌ ବୋଲି କହୁଛନ୍ତି।

Share