ଅନ୍ୟ ପୁରୁଷ ସହ ଅନୈତିକ ସମ୍ପର୍କ ରଖୁଥିଲେ ମା’: ପୁଅ ଦେଖିଦେବାରୁ…

ଦେବଗଡ, ୮ା୭(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ପୌରାଞ୍ଚଳ ଚର୍ଚ୍ଚ ସାହିରେ ଗତ ଜୁନ ୧ତାରିଖ ସକାଳେ ଘଟିଥିବା ଛାତ୍ର ମିକି ସୋନେଲ(୧୪)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ଉପରୁ ପରଦା ହଟିଛି। ହତ୍ୟାର ୬ଦିନ ପରେ ଏହି ଘଟଣାର ରହସ୍ୟ ଉନ୍ମୋଚନ କରିଛି ଦେବଗଡ଼ ଥାନା ପୋଲିସ। ପରକୀୟା ପ୍ରତିରେ ବାଧକ ସାଜିବାରୁ ଜନ୍ମଦାତ୍ରୀ ମା’ ହିଁ ନିଜ ହାତରେ ପୁଅର ତଣ୍ଟିଚିପି ହତ୍ୟା କରିଥିଲେ ବୋଲି ପୋଲିସ କହିଛି। ରବିବାର ଅଭିଯୁକ୍ତା ମା’ ଲିଲି ସୋନେଲଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ରବିବାର ଦେବଗଡ ଥାନାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏ ନେଇ ସୂଚନା ଦେଇଛନ୍ତି ଦେବଗଡ଼ ଏସ୍‌ଡିପିଓ ସୌମ୍ୟରଞ୍ଜନ ମଲ୍ଲିକ।
ଏସ୍‌ଡିପିଓ ମଲ୍ଲିକଙ୍କ ସୂଚନା ଅନୁଯାୟୀ ଲିଲିଙ୍କ ସ୍ବାମୀ କୁଳମଣି ଓରଫ ଯାତ୍ରା ସୋନେଲ ଚେନ୍ନାଇସ୍ଥିତ ଏକ ଘରୋଇ କମ୍ପାନୀରେ ଚାକିରି କରନ୍ତି। ଲିଲି ଦେବଗଡ କେନ୍ଦ୍ରୀୟ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ପୁଅ ମିକି ଓ ଚିନ୍ମୟ ବିଦ୍ୟାଳୟରେ ପଢୁଥିବା ଝିଅ ସହିତ ଦେବଗଡ ପୌରାଞ୍ଚଳ ୧୦ନମ୍ବର ୱାର୍ଡ ଚର୍ଚ୍ଚ ସାହିରେ ରହୁଥିଲେ। ତେବେ ଦୀର୍ଘବର୍ଷ ହେଲା ଲିଲିଙ୍କର ଅନୁଗୋଳ ଜିଲା ପାଳଲହଡା ଥାନା ଅନ୍ତର୍ଗତ ଚଷା ଗୁରୁଜାଙ୍ଗ ଗ୍ରାମର ରଞ୍ଜନ ନାଏକ(୩୪)ଙ୍କ ସହ ତାଙ୍କର ସମ୍ପର୍କ ରହିଥିଲା । ସ୍ବାମୀଙ୍କ ଅନୁପସ୍ଥିତିରେ ରଞ୍ଜନ ନିୟମିତ ତାଙ୍କ ଘରକୁ ଆସୁଥିଲେ। ପୁଅ ମିକି ଏହି ଘଟଣାକୁ ନେଇ ମା’ଙ୍କୁ ବିରୋଧ କରୁଥିଲେ। ଏହି କାରଣରୁ ଲିଲି ବହୁ ସମୟରେ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ।

ମା’ଙ୍କ ନିର୍ଯାତନା ନେଇ ମିକି ତାଙ୍କ ସାଙ୍ଗ ସାଥୀ ଓ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଏପରିକି ୨୦୨୨ ନଭେମ୍ବର ୨୨ରେ ଜିଲା ଶିଶୁ ସୁରକ୍ଷା ସମିତି ନିକଟରେ ମଧ୍ୟ ଆନୁଷ୍ଠାନିକ ଭାବେ ଅଭିଯୋଗ କରିଥିଲେ। ଜିଲା ଶିଶୁ ସରକ୍ଷା ସମିତି ପକ୍ଷରୁ ମିକିଙ୍କୁ କାଉନସେଲିଂ କରି ଘରକୁ ପଠାଯାଇଥିଲା। ଏହା ସତ୍ତ୍ୱେ ତାଙ୍କ ଉପରେ ଲିଲିଙ୍କର ନିର୍ଯାତନା କମି ନ ଥିଲା । ଗତ ୧ ତାରିଖ ସକାଳେ ଲିଲି ସ୍କୁଲ ଯିବା ପାଇଁ ମିକିଙ୍କୁ ପ୍ରସ୍ତୁତ ହୋଇ ରହିବାକୁ କହିଥିଲେ। ସାନ ଭଉଣୀକୁ ଚିନ୍ମୟ ବିଦ୍ୟାଳୟରେ ଛାଡି ଆସିବା ପରେ ତୋତେ ସ୍କୁଲରେ ଛାଡିବି କହି ସ୍କୁଟିରେ ଯାଇଥିଲେ। କିଛି ସମୟ ପରେ ଲିଲି ଘରକୁ ଫେରିବା ପରେ ସ୍କୁଲ ୟୁନିଫର୍ମ ପରିଧାନ କରି ସ୍କୁଲ ଯିବାକୁ ପ୍ରସ୍ତୁତ ହୋଇ ରହିଥିଲେ ମିକି। ଏହି ସମୟରେ ମିକି ରଞ୍ଜନଙ୍କ ସହ ମା’ଙ୍କ ସମ୍ପର୍କ କଥା ଉଠାଇ ଥିଲେ । ଏଥିରେ ଉତ୍‌କ୍ଷିପ୍ତ ହୋଇ ଲିଲି ଏକ ଶାଢୀରେ ପୁଅ ମିକିଙ୍କ ତଣ୍ଟିକୁ ଚିପି ଦେଇଥିଲେ। ପୁଅର ମୃତ୍ୟୁ ହୋଇଯିବା ପରେ ଲିଲି କିଛି ନ ଜାଣିବା ଭଳି ଅଭିନୟ କରିଥିଲେ। ମିକି କୌଣସି କାରଣରୁ ଅସୁସ୍ଥ ହୋଇପଡିଛି ବୋଲି ସ୍ବାମୀ କୁଳମଣିଙ୍କୁ ଫୋନ ଯୋଗେ ସୂଚନା ଦେଇଥିଲେ। ପଡୋଶୀଙ୍କ ସହାୟତାରେ ମିକିଙ୍କୁ ଡାକ୍ତରଖାନା ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦେବଗଡ ଆଦର୍ଶ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ଋଜୁକରି ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ଜିଲା ମୁଖ୍ୟ ଚିକିତ୍ସାଳୟ ଶବାଗାରରେ ସଂରକ୍ଷିତ ରଖିଥିଲା । ୨ ତାରିଖରେ କୁଳମଣି ଚେନ୍ନାଇରୁ ଫେରି ପୁଅର ମୃତଦେହ ଏବଂ ଗଳାରେ ଥିବା ଚିହ୍ନ ଦେଖିବା ପରେ ତଣ୍ଟିିଚିପି ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ। ସ୍ତ୍ରୀ ଲିଲି ତାଙ୍କ ପ୍ରେମିକ ସହ ମିଶି ପୁଅକୁ ହତ୍ୟା କରିଥିବା ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ମୃତ୍ୟୁ ଘଟଣା ଓ ଏହାର ସମୟକୁ ନେଇ ଭ୍ରମାତ୍ମକ ତଥ୍ୟ ପ୍ରଦାନ କରୁଥିବାରୁ ଲିଲିଙ୍କ ଭୂମିକା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା ।

ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ଅଧିକ ତଦନ୍ତ ନିମନ୍ତେ ସାଇଣ୍ଟିଫିକ ଟିମ ଓ ଡଗସ୍କ୍ବାଡର ସହାୟତା ନିଆଯାଇଥିଲା । ଏସ୍‌ଡିପିଓ ମଲ୍ଲିକ ଓ ଦେବଗଡ ଥାନା ଅଧିକାରୀ ସରୋଜ କୁମାର ସେଠୀ ମିକି ପାଠ ପଢୁଥିବା କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ମିକିଙ୍କ ସାନ ଭଉଣୀ ପାଠ ପଢୁଥିବା ଚିନ୍ମୟ ବିଦ୍ୟାଳୟକୁ ଯାଇ ତଦନ୍ତ କରିଥିଲେ । ଘଟଣାର ଗମ୍ଭିରତା ଦୃଷ୍ଟିରୁ ଏସ୍‌ପି ଅନୁପମା ଜେମ୍ସ ନିଜେ ତଦନ୍ତ ପ୍ରକ୍ରିୟାକୁ ତଦାରଖ କରୁଥିଲେ। ଲିଲି ଓ ତାଙ୍କ ପ୍ରେମିକ ରଞ୍ଜନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିବା ବେଳେ ଲିଲି ଶାଢୀଦ୍ୱାରା ପୁଅର ତଣ୍ଟିିଚିପି ହତ୍ୟା କରିଥିବା ପୋଲିସ ନିକଟରେ ସ୍ବୀକାର କରିଥିଲେ। ପୋଲିସ ଲିଲିଙ୍କୁ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଶାଢିକୁ ଜବତ କରିଥିବା ଏସ୍‌ଡିପିଓ ମଲ୍ଲିକ ଏହି ଖବରଦାତା ସମ୍ମିଳନୀରେ ସୂଚନା ଦେଇଥିଲେ। ଅନ୍ୟପକ୍ଷରେ ମିକିଙ୍କ ଅଭିଯୋଗକୁ ଜିଲା ଶିଶୁ ସୁରକ୍ଷା ବିଭାଗ ଯଦି ଗମ୍ଭୀରତାର ଗ୍ରହଣ କରି ଶିଶୁ ମଙ୍ଗଳ ସମିତିକୁ ଅବଗତ କରାଇଥାନ୍ତା ତେବେ ହୁଏତ ମିକିଙ୍କ ଜୀବନ ବଞ୍ଚି ଯାଇଥାନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ବ୍ଲକ ଅଧ୍ୟକ୍ଷଙ୍କ ନାମରେ ଅନାସ୍ଥା ପ୍ରସ୍ତାବ

କେସିଙ୍ଗା,୬ା୧୦: କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧ୍ୟକ୍ଷଙ୍କ ମନମୁଖୀ କାର୍ଯ୍ୟ, ମିଥ୍ୟା ବିଲ୍‌, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଦୁର୍ନୀତିକୁ ନେଇ ବ୍ଲକ ଅଧ୍ୟକ୍ଷଙ୍କ ନାମରେ ଅନାସ୍ଥା...

ସ୍ତ୍ରୀଙ୍କ ହାତରୁ ପାଣି ପିଇ ହୃଦ୍‌ଘାତରେ ଚାଲିଗଲା ସ୍ବାମୀଙ୍କ ଜୀବନ

ଦିଗପହଣ୍ଡି,୬ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ବି.କ୍ରିଷ୍ଣା ରାଓ ସୁବୁଦ୍ଧିଙ୍କ ରବିବାର ସକାଳେ ହୃଦ୍‌ଘାତରେ ପରଲୋକ ଘଟିଛି।...

ଢିଙ୍କିଆ ପଞ୍ଚାୟତ ନିର୍ବାଚନରେ ସ୍ବାଭିମାନ ମଞ୍ଚ ପ୍ରାର୍ଥିନୀ ପିଙ୍କି ଦାସ ବିଜୟୀ

କୁଜଙ୍ଗ,୬।୧୦(ମନୋଜ ପ୍ରଧାନ): ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକର ବହୁଚର୍ଚ୍ଚିତ ଢିଙ୍କିଆ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଶନିବାର କଡା ସୁରକ୍ଷା ବଳୟ ମଧ୍ୟରେ ବ୍ଲକ କାର୍ଯ୍ୟାଳୟରେ...

ଆପଣଙ୍କ ବିଧାୟକଙ୍କୁ ଜାଣନ୍ତୁ…

ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ସିତାଂଶୁ ଶେଖର ମହାପାତ୍ର। ୨୦୨୪ ନିର୍ବାଚନରେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କୁ ୧୬,୦୬୮...

କୁଷ୍ମାଣ୍ଡା ବେଶରେ ମା’ ସମଲେଶ୍ୱରୀ

ବରଗଡ଼,୬ା୧୦: ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ମନ୍ଦିରରେ ଶାରଦୀୟ ନବରାତ୍ର ପୂଜା ଚାଲିଛି। ଏହି କ୍ରମରେ ରବିବାର ମା’ ସମଲେଶ୍ବରୀ କୁଷ୍ମାଣ୍ଡା ବେଶରେ ଦର୍ଶନ...

ଚୋରି କରିନେଲେ କୋଟିଏ ଟଙ୍କାର କଳାପଥର

ଯାଜପୁର,୬ା୧୦(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳର ଡଙ୍କାରୀ ପାହାଡ଼ ପାଦଦେଶରେ ପ୍ରଶାସନ ପକ୍ଷରୁ ମହଜୁଦ ଥିବା ପ୍ରାୟ କୋଟିଏ ଟଙ୍କାର କଳାପଥର ଲୁଟ...

ଅଚାନକ ପରିଦର୍ଶନ: ସବ୍‌ଟ୍ରଜେରୀ କାର୍ଯ୍ୟାଳୟରେ କର୍ମଚାରୀଙ୍କୁ ନ ଦେଖି ବିଧାୟକ କ୍ଷୁବ୍ଧ

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ଶନିବାର ଦିଗପହଣ୍ଡି ସବ୍‌ ଟ୍ରେଜେରୀ କାର୍ଯ୍ୟାଳୟକୁ ଅଚାନକ ପରିଦର୍ଶନରେ ଯାଇଥିଲେ। ମଧ୍ୟାହ୍ନ...

ଫରେଷ୍ଟର ଆତ୍ମହତ୍ୟା ଘଟଣା: ରାୟଗଡ଼ା ଡିଏଫ୍‌ଓ ଦେବେନ୍ଦ୍ର ବେହେରା ନିଲମ୍ବିତ

ଭବାନୀପାଟଣା,୫ା୧୦ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଜାରିଙ୍ଗ ସିଲଭି କଲଚର ହାଇଟେକ ନର୍ସରୀ ଫରେଷ୍ଟର ସଞ୍ଜୟ ନାୟକ (୩୩)ଙ୍କ ଆତ୍ମହତ୍ୟା ଘଟଣାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri