ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଏକ ମା’ ଗାଈ କୁକୁର ଛୁଆକୁ କ୍ଷୀର ପିଆଉଥିବା ଦେଖିବାକୁ ମିଳୁଛି। ଏହି ଭିଡ଼ିଓ ପୁଣି ପ୍ରମାଣ କରିଦେଇଛି ମା’ ପାଇଁ ତାର ସମସ୍ତ ସନ୍ତାନ ସମାନ, ସିଏ କୁକୁର ହେଉ ଅବା ମଣିଷ ଆଉ ବାଛୁରୀ। ସେ ତାର ଅମୃତକୁ ସମସ୍ତଙ୍କୁ ଖୁସିରେ ବାଣ୍ଟିପାରିବ। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଏହି ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
Being a mother is learning about love for others you didn’t know you had.
On #worldanimalday2020, posting this video of an animal mother, who doesn’t distinguish between children💕
If we as humans can learn a little from the animal world…. pic.twitter.com/L93NFA3lUI
— Susanta Nanda (@susantananda3) October 4, 2020