ନୂଆଦିଲ୍ଲୀ,୧ା୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ବୁଧବାର ପୂର୍ବାହ୍ନରେ ପାର୍ଲାମେଣ୍ଟରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ସମୟରେ ତାଙ୍କ ଝିଅ ଏବଂ ପରିବାର ଲୋକେ ପରିଦର୍ଶକ ଗ୍ୟାଲେରିରେ ବସି ଦେଖୁଥିଲେ।
୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ଏହା ସୀତାରାମନ୍ଙ୍କର ଶେଷ ପୂର୍ଣ୍ଣାଙ୍ଗ ଏବଂ କେନ୍ଦ୍ର ସରକାରଙ୍କ ପଞ୍ଚମ ବଜେଟ ଉପସ୍ଥାପନ। ଆଜି ଗ୍ୟାଲେରିରେ ବହୁ ଦର୍ଶକ ଉପସ୍ଥିତ ଥିଲେ। ଏହି ଦର୍ଶକମାନଙ୍କ ମଧ୍ୟରେ ଅର୍ଥମନ୍ତ୍ରୀ ସୀତାରାମନ୍ଙ୍କ ଝିଅ ବନଙ୍ଗମୟୀ ପରାକାଲା ଉପସ୍ଥିତ ଥିଲେ। ବଜେଟ ଅଧିବେଶନକୁ ପରାକାଲା ପ୍ରଥମ ଥର ନୁହନ୍ତି, ୟୁନିଅନ ବଜେଟ ୨୦୨୦ରେ ବି ସେ ପାଇଁ ସେ ତାଙ୍କ ମା’ଙ୍କ ସହ ପାର୍ଲାମେଣ୍ଟ ଯାଇଥିଲେ।