ମା‘ର ମମତା: ଜୀବନକୁ ଖାତିର ନ କରି ଗୁଣ୍ଡାଙ୍କ ସହ ଲଢ଼ି ବଞ୍ଚାଇଲେ ପୁଅଙ୍କର ଜୀବନ…

ପାଟନା,୨୨।୮ : କୌଣସି ମା ପାଇଁ, ନିଜ ପିଲାମାନଙ୍କଠାରୁ ବଡ଼ କିଛି ନାହିଁ। ମା ନିଜ ପିଲାଙ୍କୁ ସୁରକ୍ଷା ଦେବାକୁ ଜୀବନ ସହ ବାଜି ଲଗାଇଦେଇଥାନ୍ତି। ଜଣେ ମା ନିଜ ପିଲାମାନଙ୍କ ପ୍ରତି ସ୍ନେହ ଏବଂ ପ୍ରେମ ଆଚରଣ ପ୍ରଦର୍ଶନକରିବା ସହିତ ସଙ୍କଟ ସମୟରେ ନିଜ ଜୀବନକୁ ତୁଚ୍ଛ ମଣିଥାନ୍ତି। ଏଭଳି ଏକ ଉଦାହରଣ ବିହାରର ସାର୍ହସାରେ ଘଟିଛି। ଏଠାରେ ଜଣେ ମା ନିଜ ପୁଅଙ୍କର ଜୀବନ ବଞ୍ଚାଇବା ପାଇଁ ଭ୍ରୁକ୍ଷେପ ନ କରି ଗୁଣ୍ଡାଙ୍କ ସହିତ ଲଢ଼ିଛନ୍ତି। ସେ ନିଜ ଓଢ଼ଣିରେ ଫାଶ ତିଆରି କରି ଗୁଣ୍ଡ୍ରାଙ୍କଠାରୁ ପିସ୍ତଲ ମଧ୍ୟ ଛଡ଼ାଇ ନେଇଥିଲେ।

ମା ଜଣକ ଦୁର୍ଗା ହୋଇ ପୁଅକୁ ବଞ୍ଚାଇବାରେ ସଫଳ ହୋଇଥିଲେ। ପଳାୟନ କରୁଥିବା ଗୁଣ୍ଡାଙ୍କ ସହ ଲଢ଼ି ଜଣଙ୍କୁ ମଧ୍ୟ ଧରିଥିଲେ। ଏହି ମା ଜଣକ ହେଉଛନ୍ତି ମୁନ୍ନି ଖାତୁନ। ଏବେ ତାଙ୍କର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗୁଣ୍ଡାମାନେ ମୁନ୍ନି ଖାତୁନଙ୍କ ଦୁଇ ମହଲା ଘରେ ପଶି ତାଙ୍କ ପୁଅକୁ ଟାଣି ନେଇଥିଲେ।

ମାତ୍ର ପୁଅ ପାଇଁ ସେ ଲଢ଼ିବା ଆରମ୍ଭ କରିଥିଲେ। ସ୍ଥାନୀୟ ଅଞ୍ଚଳର ଲୋକେ ଏବଂ ପ୍ରଶାସନ ମୁନ୍ନିଙ୍କ ସାହସକୁ ପ୍ରଶଂସା କରିବାରେ ଲାଗିଛନ୍ତି।

Share