ସେ ସୃଷ୍ଟିର ଆଦ୍ୟ ଓଁକାର। ସେ ଜନ୍ମଦାତ୍ରୀ, କରୁଣାମୟୀ, ମମତାର ଅମୃତ ସ୍ବାକ୍ଷର। ସେ ପୁଣି ସୁରକ୍ଷାର ଅଭେଦ୍ୟ ବଳୟ। ପୁଅ ହେଉ କି ଝିଅ ତା’ ପାଖରେ ନଥାଏ ଫରକ। ପିଲା ଯେପରି ହେଲେ ବି ସେ କୋଳେଇ ନିଏ। ପିଲା ପାଇଁ ସେ ସବୁ ଦୁଃଖକୁ ପିଇନିଏ। ଅସୀମ ଶ୍ରଦ୍ଧା, ଅହେତୁକ ବାତ୍ସଲ୍ୟ ପ୍ରେମରେ ପିଲାକୁ ଛୋଟରୁ ବଡ଼ କରେ, ତାକୁ ସମାଜରେ ଠିଆ କରିବା ପାଇଁ ସିଏ ସାଜିଥାଏ ଅତନ୍ଦ୍ର ପ୍ରହରୀ। ସନ୍ତାନ ଲାଗି ଦୁନିଆର ସବୁଠୁ ଯେ ନିଜର, ସିଏ ମା’ା ତେଣୁ କୁହାଯାଏ, ମା’ କୋଳେ ପିଲା ଦୁନିଆ ଡରେନା। ପିଲା ପାଇଁ ଅଭୟ ଆଶ୍ରୟ ଏଇ ମା’। ଦିନଟିଏ ନୁହଁ ସବୁଦିନ ହେଉ ମାତୃ ଦିବସ। ସେହି ମମତାମୟୀ ମା’କୁ କୋଟି ପ୍ରଣାମ।