Categories: ଖେଳ

ମଦର୍ସ ପବ୍ଲିକ୍‌ ସ୍କୁଲ ଚାମ୍ପିୟନ୍‌

ଭୁବନେଶ୍ୱର, ୭ା୧୧(ସ୍ପୋଟର୍‌ସ ବ୍ୟୁରୋ): ଓଡିଏମ୍‌ ଗ୍ଲୋବାଲ ସ୍କୁଲ ପରିସରରେ ରବିବାର ପ୍ରୋ ସ୍କୁଲ ବାସ୍କେଟବଲ୍‌ ଲିଗ୍‌ ଉଦ୍‌ଯାପିତ ହୋଇଯାଇଛି। ଉଭୟ ବାଳକ ଓ ବାଳିକା ବର୍ଗରେ ମଦର୍ସ ପବ୍ଲିକ୍‌ ସ୍କୁଲ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। ବାଳକ ବର୍ଗରେ ବ୍ରହ୍ମପୁରର ଜ୍ଞାନ ବିକାଶ ସ୍କୁଲ ରନର୍ସଅପ୍‌ ହୋଇଥିବା ବେଳେ ଭୁବନେଶ୍ୱରର ୟୁନିଟ୍‌-୧ ସରକାରୀ ସ୍କୁଲ ତୃତୀୟ ସ୍ଥାନରେ ରହିଛି। ଅପରପକ୍ଷରେ ବାଳିକା ବିଭାଗରେ କିସ୍‌ ରନର୍ସଅପ୍‌ ହୋଇଥିବା ବେଳେ ଆୟୋଜକ ଓଡିଏମ୍‌ ପବ୍ଲିକ୍‌ ସ୍କୁଲ ତୃତୀୟ ସ୍ଥାନରେ ରହିଥିଲା। ୨୦ରୁ ଅଧିକ ବିଦ୍ୟାଳୟର ଛାତ୍ରୀଛାତ୍ର ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଥିଲେ।
ଶନିବାର ଅନୁଷ୍ଠିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ କ୍ରୀଡ଼ାମନ୍ତ୍ରି ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ବିଧାୟକ ସୁରେଶ କୁମାର ରାଉତରାୟ, ଓଡିଏମ୍‌ ପ୍ରତିଷ୍ଠାତା ଡ. ସତ୍ୟବ୍ରତ ମୀନକେତନ, ଓଡିଏମ୍‌ ନିର୍ଦ୍ଦେଶିକା ଇନ୍ଦୁମତି ରାୟ, ମୁଖ୍ୟ କାର୍ଯ୍ୟକାରିଣୀ ଅଧିକାରୀ ସ୍ବୟମ୍‌ ସତ୍ୟେନ୍ଦୁ, ଯୋଜନା ତଥା ପ୍ରଣୟନ ବିଭାଗ ମୁଖ୍ୟ ଶିଖା ଚନ୍ଦ୍ର, ଓଡ଼ିଶା ବାସ୍କେଟ୍‌ବଲ ସଂଘ ସଭାପତି ଜ୍ଞାନରଞ୍ଜନ ପରିଡା ଓ ଦାରୁଠେଙ୍ଗ ପଞ୍ଚାୟତ ସରପଞ୍ଚ ତପନ କୁମାର ଚକ୍ରବର୍ତ୍ତୀ ପ୍ରମୁଖ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅପରପକ୍ଷରେ ରବିବାର ଉଦ୍‌ଯାପନୀ ଉତ୍ସବରେ ଓଡ଼ିଶା ବାସ୍କେଟ୍‌ବଲ ସଂଘର ସମ୍ପାଦକ ଅଶୋକ କୁମାର ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ।

Share