Categories: ଖେଳ

ମଦର୍ସ ପବ୍ଲିକ ସ୍କୁଲର ଦ୍ୱିତୀୟ ବିଜୟ

ଭୁବନେଶ୍ୱର, ୫ା୯ (ବିଜୟ ରଣା): ଭୁବନେଶ୍ୱର ଆଥ୍‌ଲେଟିକ୍‌ ଆସୋସିଏଶନ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ୍‌-୧ସ୍ଥିତ ଫୁଟ୍‌ବଲ ଏକାଡେମୀ ପଡ଼ିଆରେ ଚାଲିଥିବା ‘ଗତିକୃଷ୍ଣ ମେମୋରିଆଲ ‘ବି’ ଡିଭିଜନ ଫୁଟ୍‌ବଲ ଲିଗ୍‌’ରେ ସୋମବାର ମଦର୍ସ ଫୁଟ୍‌ବଲ କ୍ଲବ ୬-୦ ଗୋଲ୍‌ରେ ନୂଆପଲ୍ଲୀର କଳିଙ୍ଗ ସ୍ପୋର୍ଟିଂକୁ ହରାଇ ଦେଇଛି। ବିଜୟୀ ଦଳ ପ୍ରଥମାର୍ଦ୍ଧ ଖେଳରେ ୩-୦ ଗୋଲ୍‌ରେ ଅଗ୍ରଣୀ ରହିଥିଲା। ପ୍ରୀତିଶ ପଟ୍ଟନାୟକ ୭ମ ଓ ୩୧ତମ ମିନିଟ୍‌ରେ ଗୋଲ ସ୍କୋର କରିଥିବା ବେଳେ ପରେଶ ବେହେରା ୨୨ତମ ମିନିଟ୍‌ରେ ଗୋଟିଏ ଗୋଲ୍‌ ଦେଇଥିଲେ। ଦ୍ୱିତୀୟାର୍ଦ୍ଧରେ ସୁମିତ ପଟେଲ ୪୨ ଓ ୪୪ତମ ମିନିଟରେ ଲଗାତର ଗୋଲ୍‌ ସ୍କୋର କରିଥିବା ବେଲେ ୪୮ତମ ମିନିଟ୍‌ରେ କୁନିଲ ଗୁସଁାଇ ଏକ ଗୋଲ୍‌ ଦେଇ ମଦର୍ସ ଫୁଟ୍‌ବଲ କ୍ଲବକୁ ୬-୦ରେ ବିଜୟୀ କରାଇଥିଲେ। ଗ୍ରୁପ୍‌ ‘ବି’ରେ ଦୁଇଟି ବିଜୟ ସହ ୬ ପଏଣ୍ଟ ଅର୍ଜନ କରି ମଦର୍ସ ପବ୍ଲିକ ସ୍କୁଲ କ୍ୱାର୍ଟରଫାଇନାଲ ଆଶା ଉଜ୍ଜ୍ୱଳ କରିଛି। ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ପ୍ରୀତିଶ ପଟ୍ଟନାୟକ ଭୁବନେଶ୍ୱର ଆଥ୍‌ଲେଟିକ୍ସ ଆସୋସିଏଶନ (ବା) ହକି ସମ୍ପାଦକ ଅଶୋକ ପଟ୍ଟନାୟକଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ। ମଙ୍ଗଳବାର ମ୍ୟାଚ ଏସ୍‌ଜିଓ ନୂଆପଲ୍ଲୀ ଓ ଏମ୍‌.ଏସ୍‌. ଇଲେଭେନ ମଧ୍ୟରେ ଖେଳାଯିବ।

Share