ମା’ର ବୈଜ୍ଞାନିକ ଦୃଷ୍ଟିକୋଣ

ପ୍ରକୃତି ଓ ପ୍ରାକୃତିକ ଘଟଣା ଆମକୁ ସବୁ ସମୟରେ ଆକର୍ଷିତ କରିଆସିଛି। ଆମେ ଆଖି ଖୋଲିଲେ ବିଭିନ୍ନ ପ୍ରକାର ଜିନିଷ ଆମ ନଜରରେ ପଡ଼େ। ବିଭିନ୍ନ ଆକାରର ଜିନିଷ। ବିଭିନ୍ନ ରଙ୍ଗର ଓ ଭିନ୍ନ ଭିନ୍ନ ଆକୃତିର ଜିନିଷ। ଭିନ୍ନ ଭିନ୍ନ ପ୍ରକୃତିର ଘଟଣା ଦେଖୁ। ପ୍ରକୃତିରେ ଘଟୁଥିବା ସବୁ ଘଟଣାର କାରଣ ଓ ଉଦ୍ଦେଶ୍ୟ ବିଷୟରେ ଆମକୁ ଜଣା ନ ଥିଲେ ବି ଅନେକ ଘଟଣା ବିଷୟରେ ଆମେ ଅନେକ କଥା ଜାଣିଛୁ। ଯାହା ବି ଜାଣିଛୁ, ବିଭିନ୍ନ ଯୁକ୍ତି ଓ ଗବେଷଣା ମାଧ୍ୟମରେ ଜାଣିଛୁ। ଯୁକ୍ତି, ଗବେଷଣା ଓ ସତ୍ୟର ସନ୍ଧାନ ହିଁ ବିଜ୍ଞାନ। ଘଟଣାକୁ ଆମୂଳଚୂଳ ବୁଝିବା ସକାଶେ ବିଜ୍ଞାନର ଆବଶ୍ୟକତା ବି ରହିଛି। ସବୁଠି ବିଜ୍ଞାନର ସ୍ବାକ୍ଷର ରହିଛି। ତେଣୁ ମା’ର ହାଣ୍ଡିଶାଳ ସେଥିରୁ ବାଦ୍‌ ପଡି ନାହିଁ। ରୋଷେଇ କରିବା ସମୟରେ ମା’ ଯେଉଁସବୁ ପଦ୍ଧତି ଅନୁସରଣ କରେ, ସେସବୁ ପଛରେ ଅଳ୍ପ ହେଉ କି ବେଶି ବୈଜ୍ଞାନିକ କାରଣ ନିଶ୍ଚୟ ରହିଛି। ତେଣୁ ମା’ ବିଜ୍ଞାନ ବହି ପଢ଼ିଥାଉ କି ନ ପଢ଼ିଥାଉ, କିନ୍ତୁ ବୈଜ୍ଞାନିକ କୌଶଳ ବ୍ୟବହାର କରି ରୋଷେଇ କାମକୁ ସହଜ କରିପାରୁଛି।
ରୋଷେଇରେ ବାମ୍ଫର ଉଦାହରଣ ନିଆଯାଉ। ରୋଷେଇ କାମକୁ ସହଜ କରିବାରେ ବାମ୍ଫର କରାମତି ବିଷୟରେ ମା’କୁ ଭଲ ଭାବରେ ଜଣାଅଛି। ତରକାରି ରାନ୍ଧିଲା ବେଳେ ବା ଭଜା ଭାଜିଲା ବେଳେ କଡ଼େଇ ଉପରେ ମା’ ଢାଙ୍କୁଣୀ ଘୋଡେଇଦିଏ। କାରଣ, ଢାଙ୍କୁଣୀ ଘୋଡ଼େଇଦେଲେ କଡ଼େଇ ଭିତର ବାମ୍ଫ ବନ୍ଦୀ ହୋଇ ରହେ ଓ ରନ୍ଧାକାମ ଶୀଘ୍ର ହୁଏ। ଯଦି ପଦାର୍ଥ ବିଜ୍ଞାନ ଦୃଷ୍ଟି କୋଣରୁ ମା’ର ଏହି ପଦ୍ଧତିକୁ ବିଚାର କରିବା, ତେବେ ସମାନ ତାପମାତ୍ରାରେ ରହିଥିବା ଗରମ ପାଣି ଓ ବାମ୍ଫ ମଧ୍ୟରୁ ବାମ୍ଫ ଭିତରେ ଅଧିକ ତାପଶକ୍ତି ଲୁଚି ରହିଥାଏ। ତେଣୁ ଖୋଲା କଡ଼େଇରେ ତରକାରି ନ ବସେଇ କିମ୍ବା ଭଜା ନ ଭାଜି କଡ଼େଇ ଉପରେ ଢାଙ୍କୁଣୀ ରଖିଲେ ପରିବାରୁ ବାହାରୁଥିବା ବାମ୍ଫରେ ଲୁଚି ରହିଥିବା ଅଧିକ ତାପ ପରିବାକୁ ଶୀଘ୍ର ସିଝିବାରେ ସାହାଯ୍ୟ କରେ। ତେଣୁ ମା’ର ଢାଙ୍କୁଣୀ ଘୋଡ଼େଇବା ପଦ୍ଧତି ବିଜ୍ଞାନ ସମ୍ମତ।
ଭାତହାଣ୍ଡିକୁ ଢାଙ୍କୁଣୀ ଘୋଡ଼େଇବା କାମ ମା’ର ବୈଜ୍ଞାନିକ ଦୃଷ୍ଟିକୋଣର ଆଉ ଏକ ପରିଚୟ ଦିଏ। ଘରେ ରୋଷେଇ କରିବା ସମୟରେ ଖୋଲା କଡ଼େଇରେ ପାଣି ଫୁଟାଇଲେ ପାଣିର ତାପମାତ୍ରା ବଢ଼ି ବଢ଼ି ଅତି ବେଶିରେ ୧୦୦ ଡିଗ୍ରୀ ସେଲ୍‌ସିୟସ ରହିବ। ଯେତେ ସମୟ ନିଆଁରେ ବସିଲେ ବି ପାଣିର ତାପମାତ୍ରା ଆଉ ବଢ଼ିପାରିବ ନାହିଁ। କିନ୍ତୁ ପାଣି ଉପରେ ବା ଜମା ହୋଇ ରହିଲେ ଫୁଟୁଥିବା ପାଣିର ତାପମାତ୍ରା ଆହୁରି ବଢ଼ିଯାଏ। ସେଥିପାଇଁ ମା’ ଭାତହାଣ୍ଡି ଉପରେ ଢାଙ୍କୁଣୀ ଘୋଡ଼େଇ ଦିଏ। ଫଳରେ ଗରମ ପାଣିରୁ ବାହାରୁଥିବା ବାମ୍ଫ ଢାଙ୍କୁଣୀ ତଳେ ଚାପିହୋଇ ହାଣ୍ଡି ଭିତରେ ରହେ। ତେଣୁ ଫୁଟୁଥିବା ପାଣିର ତାପମାତ୍ରା ଟିକିଏ ଅଧିକ ହୁଏ, ଯାହାକି ଚାଉଳକୁ କମ୍‌ ସମୟରେ ସିଝେଇବାରେ ସାହାଯ୍ୟ କରେ। ତେଣୁ କମ୍‌ ଜାଳେଣି ଖର୍ଚ୍ଚ ହୁଏ।
ଭାତହାଣ୍ଡି ଓ କଡ଼େଇ ଉପରେ ଢାଙ୍କୁଣୀ ଘୋଡେଇ ରୋଷେଇ କରିବା ଅପେକ୍ଷା ପ୍ରେସର କୁକର ଦ୍ୱାରା ଆହୁରି କମ୍‌ ସମୟରେ ରୋଷେଇ ହୋଇପାରେ। ଏହା ପଛରେ ମଧ୍ୟ ସେଇ ବୈଜ୍ଞାନିକ କାରଣ ରହିଛି, ଯାହା ମା’କୁ ଜଣାଅଛି। ଖୋଲା ପାତ୍ରରେ ପାଣି ଗରମ କଲେ ପାଣି ଉପରେ ସାଧାରଣ ବାୟୁମଣ୍ଡଳୀୟ ଚାପ ପଡୁଥାଏ ଏବଂ ତାହା ୧୦୦ ଡିଗ୍ରୀ ସେଲ୍‌ସିୟସ ତାପମାତ୍ରାରେ ଫୁଟେ। କିନ୍ତୁ ପ୍ରେସର କୁକର ଭିତରେ ସେମିତି ହୁଏ ନାହିଁ। ପ୍ରେସର କୁକର ଭିତରେ ପାଣି ରଖି ଗରମ କଲେ ପାଣିରୁ ବାହାରୁଥିବା ବାଷ୍ପ ବାହାରକୁ ନ ଯାଇ ସେହି ପାଣି ଉପରେ ଜମାହୋଇ ରହେ। ତେଣୁ ପ୍ରେସର କୁକର ଭିତରର ଚାପ ବାହାରର ବାୟୁମଣ୍ଡଳୀୟ ଚାପଠାରୁ ବଢିଯାଏ। ପାଣି ଉପରେ ଅଧିକ ଚାପ ପଡ଼ିଲେ ତାହା ଅଧିକ ତାପମାତ୍ରାରେ ଫୁଟେ। ଏହାର ଅର୍ଥ ପାଣିର ତାପମାତ୍ରା ୧୦୦ ଡିଗ୍ରୀ ସେଲ୍‌ସିୟସଠାରୁ ଅଧିକ ହୋଇପାରେ। ପ୍ରକୃତରେ ପ୍ରେସର କୁକର ଭିତରେ ପାଣିର ତାପମାତ୍ରା ୧୦୦ ଡିଗ୍ରୀ ବଦଳରେ ୧୪୦ ଡିଗ୍ରୀ ସେଲ୍‌ସିୟସ ଛୁଇଁଯାଏ। ଏତେ ବେଶି ତାପମାତ୍ରାରେ ରହିଥିବା ଗରମ ପାଣି ସହଜରେ ପନିପରିବା ଓ ମାଂସ ଭିତରେ ପଶିଯାଇ ସେସବୁକୁ ଶୀଘ୍ର ସିଝେଇଦିଏ। ସେଥିପାଇଁ ଖୋଲା କଡ଼େଇରେ ମାଂସ ରାନ୍ଧିଲେ ସିଝିବା ପାଇଁ ବହୁତ ସମୟ ଲାଗେ। କିନ୍ତୁ ପ୍ରେସର କୁକରରେ ରାନ୍ଧିଲେ ଖୁବ୍‌ କମ୍‌ ସମୟରେ ମାଂସ ସିଝିଯାଏ।
କେବଳ ବାମ୍ଫର ବ୍ୟବହାର ନୁହେଁ, ଅନେକ କାମରେ ମା’ର ଅନୁଭୂତି, ଚିନ୍ତାଶକ୍ତି ଓ ବୈଜ୍ଞାନିକ ଦୃଷ୍ଟିକୋଣ ସକାଶେ ସହଜରେ କାମଟି ହୋଇଯାଏ। ତେଣୁ ମା’କୁ ବଡ଼ ବୈଜ୍ଞାନିକ ନ କହିଲେ ବି ତା’ର ବୈଜ୍ଞାନିକ ଦୃଷ୍ଟିକୋଣକୁ ସମ୍ମାନ ଦେବା।
ପ୍ରାଧ୍ୟାପକ, ସ୍ନାତକୋତ୍ତର (ଏମ୍‌.ଏସ୍‌ସି.) ପଦାର୍ଥ ବିଜ୍ଞାନ ବିଭାଗ,
ଭଦ୍ରକ ସ୍ବୟଂଶାସିତ ସରକାରୀ କଲେଜ, ଭଦ୍ରକ, ମୋ:୯୪୩୯୫୦୧୬୫୧


Enter your email to get our daily news in your inbox.

All Right Reserved By Dharitri.Com

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…

ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...

ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇ ଜିଲାପାଳ କହିଲେ…

ଧର୍ମଶାଳା,୩୧ା୧୨(ଶିବ ପ୍ରସାଦ ମହାନ୍ତି): ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ...

ସୁସ୍ଥ ହେଉଛନ୍ତି ଅଭିଜିତ୍‌ ମଜୁମଦାର: ମେଡିକାଲରୁ ହେବେ ଡିସ୍‌ଚାର୍ଜ

ଭୁବନେଶ୍ୱର, ୩୧।୧୨: ସୁସ୍ଥ ହେଉଛନ୍ତି ସଙ୍ଗୀତକାର ଅଭିଜିତ୍‌ ମଜୁମଦାର। ଆସନ୍ତା ୨/୩ ଦିନ ମଧ୍ୟରେ ଏମ୍ସରୁ ଡିସ୍‌ଚାର୍ଜ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଅଭିଜିତଙ୍କୁ ଚିକିତ୍ସା...

ବିଳିବିଳାଉଛନ୍ତି ହାଫିଜ ସଇଦ: ଭାରତକୁ ନେଇ ଏମିତି କହିଦେଲେ, ୫୦ ବର୍ଷ ପର୍ଯ୍ୟନ୍ତ…

ଇସଲାମାବାଦ୍‌,୩୧।୧୨: ଜମ୍ମୁ କଶ୍ମୀରରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା(LeT)ର ପ୍ରତିଷ୍ଠାତା ହାଫିଜ ସଇଦ ଏବଂ ତାଙ୍କର ନିକଟତର ସହଯୋଗୀମାନେ ପୁଣି ଥରେ ଭାରତର ଅପରେଶନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri