Categories: ଜାତୀୟ

ପଶ୍ଚିମବଙ୍ଗରେ ମଣିପୁର ହିଂସାକୁ ନେଇ ପାରିତ ହେଲା ନିନ୍ଦା ପ୍ରସ୍ତାବ

କୋଲକାତା,୩୧।୭: ମଣିପୁରର ଦୁଇ ମହିଳାଙ୍କ ଭିଡିଓ ଭାଇରାଲ ଘଟଣା ଅତ୍ୟନ୍ତ ଲଜ୍ଜାଜନକ। ଏହି ଘଟଣାକୁ ନେଇ ଦେଶ ସାରା ଉତ୍ତେଜନା ଚାଲିଛି। ଏହି ସମୟରେ ପଶ୍ଚିମବଙ୍ଗ ବିଧାନସଭାରେ ସୋମବାର ମଣିପୁର ହିଂସାକୁ ନେଇ ନିନ୍ଦା ପ୍ରସ୍ତାବ ପାରିତ ହୋଇଛି। ପଶ୍ଚିମବଙ୍ଗର ସଂସଦୀୟ ବ୍ୟାପାର ମନ୍ତ୍ରୀ ସୋବନଦେବ ଚାଟୋପାଧ୍ୟାୟ ଗୃହରେ ଏହି ପ୍ରସ୍ତାବ ଉପସ୍ଥାପନ କରିଥିଲେ।

ବିଧାନସଭାରେ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ମଣିପୁର ଜଳୁଛି ଏବଂ ଭାଜପା ପଶ୍ଚିମବଙ୍ଗଳାକୁ ଟିମ୍‌ ପଠାଇବାରେ ବ୍ୟସ୍ତ ଅଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଣିପୁର ଉପରେ ଏକ ବିବୃତ୍ତି ଦେବା ଉଚିତ୍‌।

Share