ଭୁବନେଶ୍ୱର,୭।୭(ବ୍ୟୁରୋ): ରାଜଧାନୀ ଲିଙ୍ଗରାଜ ଷ୍ଟେସନ ରେଳ ଧାରଣାରୁ ମଙ୍ଗଳବାର ସମାଜସେବୀ ଆଦିତ୍ୟ ଦାସଙ୍କ କ୍ଷତାକ୍ତ ମୃତଦେହକୁ ଜିଆରପି ପୋଲିସ ଉଦ୍ଧାର କରିଛି। ମୃତଦେହ ଜବତ ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ସୂଚନା ମିଳିଛି।
ଆଦିତ୍ୟ ‘ପିପୁଲ ଫର ସେବା’ ସାମାଜିକ ଅନୁଷ୍ଠାନର ପ୍ରତିଷ୍ଠାତା ଥିଲେ। ତାଙ୍କ ଘର ବୌଦ୍ଧ ଜିଲାର ତଳଶରଦା ସହଜପଲ୍ଲା ଅଞ୍ଚଳରେ। ସେ ଭୁବନେଶ୍ବରରେ ରହୁଥିବାବେଳେ ତାଙ୍କର ଗତ ଜୁନ ୯ ତାରିଖରେ ବାହାଘର ହୋଇଥିଲା। ତେବେ ସକାଳେ ତାଙ୍କର ମୃତଦେହ ରେଳ ଧାରଣାରେ ପଡ଼ିଥିବା ନେଇ ପୋଲିସ ସୂଚନା ପାଇଥିଲା। ତେବେ ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛି ତାହା ସନ୍ଦେହ ଘେରରେ ରହିଛି । ତେବେ ବିଗତ କିଛି ଦିନ ଧରି ସେ ଡିପ୍ରେସନ୍ରେ ଥିଲେ। ଫେସବୁକରେ ଡିପ୍ରେସନ ମେସେଜ ଦେଉଥିଲେ । ଯେଉଁଥିଲାଗି ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି। ଅପରପକ୍ଷେ ତାଙ୍କୁ କେହି ହତ୍ୟା କରିଥିବା ପରିବାରଲୋକେ କହିଛନ୍ତି।ଏନେଇ ତଦନ୍ତ କରାଯାଉ ବୋଲି ସେମାନେ ଦାବି କରିଛନ୍ତି ।