Categories: ଖେଳ

ଦେଶରେ ପ୍ରଥମ ଥର ପାଇଁ ମୋଟୋ ଜିପି ରେସିଂ ଚାମ୍ପିଅନଶିପ ସେପ୍ଟେମ୍ବର ୨୨ରୁ: ଟିକଟ ଦାମ ୮ ଶହରୁ ଲକ୍ଷେ ୮୦ ହଜାର…

ନୋଏଡା,୨୧।୯ : ଭାରତରେ ପ୍ରଥମ ଥର ପାଇଁ ମୋଟୋ ଜିପି ରେସ ଆୟୋଜିତ ହେବାକୁ ଯାଉଛି। ଏହି ରେସିଂ ଚାମ୍ପିଅନଶିପ ୨୨ ରୁ ୨୪ ସେପ୍ଟେମ୍ବର ମଧ୍ୟରେ ଉତ୍ତରପ୍ରଦେଶର ଗ୍ରେଟର ନୋଏଡାର ବୁଦ୍ଧ ଇଣ୍ଟରନ୍ୟାଶନାଲ ସର୍କିଟରେ ଆୟୋଜିତ ହେବ। ଏହି ଦୌଡ଼ରେ ଭାଗ ନେବାକୁ ଦୁନିଆର ଅନେକ ମହାନ ବାଇକ ରେସର୍‌ ଭାରତରେ ପହଞ୍ଚିଛନ୍ତି। ଏହାପୂର୍ବରୁ ଦେଶରେ ଫର୍ମୁଲା ୱାନ ରେସ ଆୟୋଜିତ ହୋଇ ସାରିଛି।

ତିନି ଦିନ ଧରି ଇଣ୍ଡିଆ ଗ୍ରାଣ୍ଡ ପ୍ରିକ୍ସର ଆୟୋଜନ କରାଯିବ। ବୁଦ୍ଧ ଇଣ୍ଟରନ୍ୟାଶନାଲ ସର୍କିଟରେ ଥିବା ୫.୧୪ କିଲୋମିଟର ଟ୍ରାକକୁ ବିଶ୍ୱ ପ୍ରସିଦ୍ଧ ରେସିଂ ଟ୍ରାକ ମଧ୍ୟରେ ଗଣାଯାଏ। ମୋଟୋ ଜିପି ରେସର ଲାଇଭ ଟେଲିକାଷ୍ଟ ମଧ୍ୟ କରାଯିବ । ଏହାସହିତ ଟିକେଟ କ୍ରୟ କରି ଏହି ବାଇକ ରେସ ଉପଭୋଗ କରିହେବ। ଏହି ରେସିଂରେ ୧୯ ଟି ଦେଶର ରେସର୍‌ ଅଂଶଗ୍ରହଣ କରୁଛନ୍ତି । ଏହାକୁ ଆୟୋଜନ କରୁଥିବା ଭାରତ ୩୧ ତମ ଦେଶ ପାଲଟିଛି।

ସର୍କିଟରୁ ମୋଟୋ ଜିପି ରେସ ଦେଖିବାକୁ, ବୁକ ମାଇ ଶୋ’ରୁ ଏହାର ଟିକେଟ କିଣି ହେବ। ତିନି ଦିନ ଧରି ଚାଲିଥିବା ଏହି ରେସ ପାଇଁ ପ୍ରତ୍ୟେକ ଦିନ ଟିକେଟ କିଣିବାକୁ ପଡିବ। ଏହାର ଟିକେଟ ଦାମ ୮୦୦ରୁ ଆରମ୍ଭ ହୋଇ ସର୍ବାଧିକ ଟିକେଟ ମୂଲ୍ୟ ୧୮୦,୦୦୦ ଟଙ୍କା ରହିଛି।

ଟିକେଟ ମୂଲ୍ୟ ୮୦୦, ୨୫୦୦, ୬,୦୦୦, ୮,୦୦୦, ୧୫,୦୦୦, ୨୫,୦୦୦, ୪୦,୦୦୦, ୮୦,୦୦୦ ଟଙ୍କା ଏବଂ ସବୁଠାରୁ ମହଙ୍ଗା ଭିଆଇପି ଭିଲେଜ ଲାଉଞ୍ଜର ଟିକେଟ ମୂଲ୍ୟ ୧୮୦,୦୦୦ ଟଙ୍କା ଟଙ୍କା ରହିଛି। ଯେଉଁଥିରେ ଖାଦ୍ୟ ଏବଂ ପାନୀୟ ମଧ୍ୟ ଅନ୍ତର୍ଭୁକ୍ତ ।

ପ୍ରଥମ ଥର ପାଇଁ ଦେଶରେ ଆୟୋଜିତ ମୋଟୋ ଜିପି ରେସ ମଧ୍ୟ ସିଧା ପ୍ରସାରଣ ହେବ। ସ୍ପୋର୍ଟସ ୧୮ ଚ୍ୟାନେଲରେ ଟିଭିରେ ପ୍ରଶଂସକମାନେ ଏହି ରେସିଂକୁ ଉପଭୋଗ କରିପାରିବେ। ଏହି ରେସିଂର ଅନ୍ଲାଇନ ଲାଇଭ ଷ୍ଟ୍ରିମିଂ ଜିଓ ସିନେମା ଆପ ରେ କରାଯିବ ।

Share