Categories: ବାଣିଜ୍ୟ

ପାହାଳରେ ମୋଟୋ ଭାଲ୍‌ଟର ନୂତନ ଆଉଟ୍‌ଲେଟ

ଭୁବନେଶ୍ୱର,୧୩।୧୦:ମୋଟୋ ଭାଲ୍‌ଟ ମଲ୍‌ଟି ବ୍ରାଣ୍ଡ୍‌ ସୁପର ବାଇକର ନୂତନ ଆଉଟ୍‌ଲେଟ (ଫ୍ରାଞ୍ଚାଇଜ) ଗୁରୁବାର ଭୁବନେଶ୍ୱରର ପାହାଳଠାରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଏସଆର ଅଟୋମୋବାଇଲ ଆନୁକୂଲ୍ୟରେ ଉକ୍ତ ଆଉଟ୍‌ଲେଟର ଶୁଭାରମ୍ଭ କରାଯାଇଛି। ବିଶେଷକରି ମୋଟୋ ଭାଲ୍‌ଟ ଆନ୍ତର୍ଜାତିକ ମାନର ମୋଟର ବାଇକ ଯଥା ମୋଟୋ ମୋରିନି ରେଞ୍ଜ, ଜୋନଟେସ ରେଞ୍ଜ ଏବଂ କ୍ୟୁଜେ ମୋଟର ରେଞ୍ଜକୁ ଓଡ଼ିଶା ବଜାରରେ ପ୍ରବେଶ ସହ ଆଉଟ୍‌ଲେଟ ଜରିଆରେ ଏଣ୍ଡ ଟୁ ଏଣ୍ଡ ବିକ୍ରୟ, ସେବା ଓ ସ୍ପେୟାରପାର୍ଟସ ସୁବିଧା ଉପଲବ୍ଧ ।
ଏ ସମ୍ପର୍କରେ ଆଦିଶ୍ୱର ଅଟୋ ରାଇଡ୍‌ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ବିକାଶ ଝାବାକ କହିଛନ୍ତି,ଭୁବନେଶ୍ୱରର ପାହାଳଠାରେ ଆମେ ଏକ ମଲ୍‌ଟିବ୍ରାଣ୍ଡ ସୁପର ବାଇକ ଫ୍ରାଞ୍ଚାଇଜ ‘ମୋଟୋ ଭାଲ୍‌ଟ’ର ଶୁଭାରମ୍ଭ କରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଗ୍ରାହକମାନଙ୍କୁ ଉଚ୍ଚମାନର ଉପତ୍ାଦ ଯୋଗାଇବା ସାଙ୍ଗକୁ ବିକ୍ରୟ ଓ ସେବା ସହାୟତାର ବିସ୍ତୃତ ସୁବିଧା ପ୍ରଦାନ କରାଯିବ। ସେହିଭଳି ମୋଟୋ ଭାଲ୍‌ଟର ଭୁବନେଶ୍ୱର ଡିଲର ପ୍ରିନ୍ସିିପାଲ ସୌମ୍ୟ ସାର୍ଥକ କହିଛନ୍ତି, ମୋଟୋ ଭାଲ୍‌ଟ ଇଣ୍ଡିଆ ସହ ଜଡ଼ିତ ହୋଇ ଆମେ ଆନନ୍ଦିତ। ଆମର ଗ୍ରାହକଙ୍କ ଆଭିମୁଖ୍ୟ ସହ ଆମେ ସବୁ ପ୍ରକାର ସୁବିଧା ଯୋଗାଇଦେବୁ ଓ ଏକ ସର୍ବୋତ୍ତମ ସେବା ଅଭିଜ୍ଞତା ଦେବାକୁ ଲକ୍ଷ୍ୟ ରଖିଛୁ। ଯେହେତୁ ମୋଟୋ ଭାଲ୍‌ଟ ଭୁବନେଶ୍ୱରରେ ବିଶ୍ୱ ମାନକ ଅନୁଯାୟୀ ଉପତ୍ାଦ ପ୍ରଦାନ କରିବ। ସୂଚନାଯୋଗ୍ୟ, ଆଦିଶ୍ୱର ଅଟୋ ରାଇଡ୍‌ ଇଣ୍ଡିଆ ପ୍ରା.ଲି. ହେଉଛି ମହାବୀର ଗ୍ରୁପ୍‌ ଅଫ୍‌ କମ୍ପାନିଜ୍‌ର ଏକ ସହାୟକ ସଂସ୍ଥା।

Share