Categories: ଜାତୀୟ

ଭାରତର ଭୁଲ୍‌ ମାନଚିତ୍ର ଦେଖାଇଲା ମୋଟୋଜିପି

ନୂଆଦିଲ୍ଲୀ,୨୩ା୯: ମୋଟରସାଇକେଲ ରେସିଂ ପ୍ରତିଯୋଗିତା ମୋଟୋଜିପି ଏହାର ସିଧାପ୍ରସାରଣ ବେଳେ ଭାରତର ଏକ ଭୁଲ୍‌ ମାନଚିତ୍ର ପ୍ରଦର୍ଶିତ କରିଥିବାରୁ ଶୁକ୍ରବାର ଏଥିପାଇଁ ଭୁଲ୍‌ ମାଗିଛି। ମୋଟୋଜିପି ଦେଖାଇଥିବା ମାନଚିତ୍ରରେ ଜମ୍ମୁ-କଶ୍ମୀର ଏବଂ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ନ ଥିଲା। ଉକ୍ତ ସ୍ପୋଟର୍‌ସ ଲିଗ୍‌ ଏହାର ‘ଏକ୍ସ’ ଅଫିସିଆଲ ହ୍ୟାଣ୍ଡେଲ୍‌ରେ ଏଥିପାଇଁ କ୍ଷମା ମାଗିଛି। ଆୟୋଜକ ଦେଶକୁ ସମର୍ଥନ ଓ ପ୍ରଶଂସା କରିବା ବ୍ୟତୀତ ଅନ୍ୟ କୌଣସି ମନ୍ତବ୍ୟ ଦେବା ଆମର ଉଦ୍ଦେଶ୍ୟ ନ ଥିଲା ବୋଲି ମୋଟୋଜିପି କହିଛି। ଭାରତର ବିକୃତ ମାନଚିତ୍ର ପ୍ରଦର୍ଶନକୁ ନେଇ ସୋସିଆଲ ମିଡିଆରେ ବିବାଦ ସୃଷ୍ଟି ହୋଇଥିଲା। ଏଥିପାଇଁ ଅନ୍ତର୍ଜାତୀୟ ରେସିଂ ଲିଗ୍‌ ଉତ୍ତରଦାୟୀ ରହିବାକୁ ଅନେକ ୟୁଜର ଦାବି କରିଥିଲେ। ନୋଏଡାରେ ହେବାକୁ ଥିବା ଏହାର ୩ ଦିନିଆ କାର୍ଯ୍ୟକ୍ରମକୁ ବର୍ଜନ କରିବା ପାଇଁ କେତେଜଣ ୟୁଜର ଆହ୍ବାନ ଦେଇଥିଲେ।

Share