Categories: ଫୁରସତ

ମୋଟରସାଇକେଲର ଜନ୍ମଦିନ ପାଳନ

ନୂଆଦିଲ୍ଲୀ: ସାଧାରଣତଃ ପୁରୁଷମାନଙ୍କର ମୋଟରସାଇକେଲ ପ୍ରତି ବିଶେଷ ଆଗ୍ରହ ରହିଥାଏ। ସେମାନେ ପରିବାର ସଦସ୍ୟଙ୍କ ପରି ନିଜ ବାଇକ୍‌ର ମଧ୍ୟ ଯତ୍ନ ନେଇଥାନ୍ତି। ନିକଟରେ ଏହିପରି ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଜଣେ ବ୍ୟକ୍ତି ବନ୍ଧୁମାନଙ୍କ ଗହଣରେ ନିଜ ବାଇକ୍‌ର ଜନ୍ମଦିନ ପାଳନ କରୁଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଏହି ଭିଡିଓରେ ବ୍ୟକ୍ତି ଜଣକ ପ୍ରଥମେ ତାଙ୍କ ବାଇକ୍‌କୁ ହାର ପିନ୍ଧାଉଛନ୍ତି। ପରେ ସେ ନିଜ ବାଇକ୍‌ରେ ବସି ଯାଉଛନ୍ତି ଏବଂ ତାଙ୍କର ଜଣେ ବନ୍ଧୁ କେକ୍‌ ଧରି ବାଇକ୍‌ ସମ୍ମୁଖରେ ଠିଆ ହୋଇ ରହୁଛନ୍ତି। ବାଇକ୍‌ର ଟାୟାରରେ ଏକ ପ୍ଲାଷ୍ଟିକ୍‌ ଛୁରି ବନ୍ଧା ହୋଇଥିବା ନେଇ ଭିଡିଓରୁ ଜଣାପଡ଼ିଛି। ବ୍ୟକ୍ତି ଜଣକ ବାଇକ୍‌କୁ ଷ୍ଟାର୍ଟ କରି କିଛି ବାଟ ଆଗକୁ ନେଉଛନ୍ତି ଏବଂ ତାଙ୍କ ବନ୍ଧୁ ଧରିଥିବା କେକ୍‌କୁ ଟାୟାରରେ ବନ୍ଧା ହୋଇଥିବା ଛୁରି ନିକଟକୁ ନେଇ ଯାଉଛନ୍ତି। ଏହିପରି ଭାବେ କେକ୍‌ କଟା ହେବା ସମୟରେ ଉପସ୍ଥିତ ଥିବା କିଛି ବ୍ୟକ୍ତି ଗୀତ ଗାଇ ବାଇକ୍‌କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି। ଏହି ଭିଡିଓଟି ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

Share