ମୋଟର ସାଇକେଲ ବୋମା ବିସ୍ଫୋରଣ: ୩ ମୃତ ୧୩ ଆହତ

କ୍ୱେଟା,୨୪।୩: ପାକିସ୍ତାନ ଆଫଗାନିସ୍ତାନ ସୀମାରେ ଥିବା କ୍ୱେଟାର ଚାମନ ଅଞ୍ଚଳରେ ଏକ ମୋଟର ସାଇକେଲ ବମୋ ବିସ୍ଫୋରଣରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୧୩ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସଙ୍କୁ ଟାର୍ଗେଟ କରି ମୋଟର ସାଇକେଲରେ ବୋମା ଖଞ୍ଜା ଯାଇଥିଲା। ବିସ୍ଫୋରଣ ପାଇଁ ତେହରିକ୍‌-ଇ-ତାଲିବାନ ପାକିସ୍ତାନ ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିଛି। ଘଟଣାସ୍ଥଳରେ ଘେରାବନ୍ଦୀ କରାଯାଇ ଏହାର ତଦନ୍ତ ଜାରି ରହିଥିବା ସ୍ଥାନୀୟ ପୋଲିସ ପକ୍ଷରୁ କୁହାଯାଇଛି।

Share