Categories: ବାଣିଜ୍ୟ

ମୋଟୋରୋଲାର ନୂତନ ଉତ୍ପାଦ ଉନ୍ମୋଚିତ

ଭୁବନେଶ୍ୱର,୪।୭: ମୋଟୋରୋଲାର ନୂତନ ଉତ୍ପାଦ ରେଜର୍‌ ୪୦ ଅଲଟ୍ରା ଏବଂ ରେଜର୍‌ ୪୦’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏ ସମ୍ପର୍କରେ ମୋଟୋରୋଲା ଏସିଆ ପ୍ୟାସିଫିକର ଏକଜିକ୍ୟୁଟିଭ ଡାଇରେକ୍ଟର ପ୍ରଶାନ୍ତ ମଣି କହିଛନ୍ତି, ପ୍ରଯୁକ୍ତି ଓ ନବସୃଜନ କ୍ଷେତ୍ରରେ ମୋଟୋରୋଲା ଅଗ୍ରଭାଗରେ ରହିଛି। ଏପରିକି ବଜାରକୁ ସମ୍ପୂର୍ଣ୍ଣ ଭିନ୍ନ କିଛି ଆଣିବା ଏବଂ ପ୍ରତ୍ୟେକ ଉପତ୍ାଦ ସହିତ ଗୁଣମାନରେ ବୃଦ୍ଧି ଘଟାଇବାକୁ ପାରଦର୍ଶୀ ରେଜର ପରିବାର ସହିତ ଦୁଇଟି ରେଜର ୪୦ ଅଲଟ୍ରା ଏବଂ ରେଜର ୪୦ ଫୋଲଡ କରି ହେବା ଭଳି ସ୍ମାର୍ଟଫୋନର ଭବିଷ୍ୟତକୁ ଏକ ନିର୍ଦ୍ଦିଷ୍ଟ ରୂପରେଖ ପ୍ରଦାନ କରିବ ଏବଂ ଆମର ବହୁମୂଲ୍ୟ ଗ୍ରାହକଙ୍କ ଆଶା ଆକାଂକ୍ଷାଠାରୁ ଯଥେଷ୍ଟ ଅଧିକ କିଛି ଯୋଗାଇଦେବ। ଅପରପକ୍ଷରେ ବଲିଉଡ ଅଭିନେତ୍ରୀ କୀର୍ତ୍ତି ସାନନଙ୍କୁ ମଧ୍ୟ ବ୍ରାଣ୍ଡ୍‌ର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ଘୋଷଣା କରାଯାଇଛି।

Share