ପଞ୍ଚାୟତକୁ ହାଇସ୍ପିଡ୍‌ ଇଣ୍ଟରନେଟ୍‌ ସୁବିଧା ପାଇଁ ୩ ସଂସ୍ଥା ମଧ୍ୟରେ ଏମ୍‌ଓୟୁ

ଭୁବନେଶ୍ବର, ୬।୫(ବ୍ୟୁରୋ): ରାଜ୍ୟରେ ବିଭିନ୍ନ ଗ୍ରାମପଞ୍ଚାୟତକୁ ହାଇସ୍ପିଡ୍‌ ଇଣ୍ଟରନେଟ୍‌ ସେବା ଯୋଗାଇଦେବା ପାଇଁ ଶୁକ୍ରବାର ଓପିଟିସିଏଲ୍‌, ଭାରତ ସଞ୍ଚାର ନିଗମ ଲିମିଟେଡ୍‌ ଏବଂ ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର (ଓକାକ୍‌) ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତିନାମା(ଏମ୍‌ଓୟୁ) ସ୍ବାକ୍ଷର ହୋଇଛି। ଭାରତନେଟ୍‌ ପ୍ରକଳ୍ପ ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ ଏହି ପଦକ୍ଷେପ ନିଆଯାଇଛି। ଏହି ଅବସରରେ ରାଜ୍ୟ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଭାଗୀୟ ପ୍ରମୁଖ ଶାସନ ସଚିବ ମନୋଜ କୁମାର ମିଶ୍ର, ଓପିଟିସିଏଲ୍‌ର ନିର୍ଦ୍ଦେଶକ ବି.ବି. ମେହେଟ୍ଟା ଏବଂ ଭାରତ ସଞ୍ଚାର ନିଗମ ଲିମିଟେଡ୍‌ର ମୁଖ୍ୟ ମହାପ୍ରବନ୍ଧକ ଆର୍‌.ଏନ୍‌. ପଲ୍ଲାଇ, ଆଇଟି ବିଭାଗ ସ୍ବତନ୍ତ୍ର ଶାସନ ସଚିବ ମାନସ ରଞ୍ଜନ ପଣ୍ଡା, ଅତିରିକ୍ତ ଶାସନ ସଚିବ ତଥା ଓକାକ୍‌ ସିଇଓ ମନୋଜ ପଟ୍ଟନାୟକ, ଓକାକ୍‌ ଜେନେରାଲ ମ୍ୟାନେଜର ମଧୁମିତା ରଥ, ପ୍ରଶାସନିକ ଅଧିକାରୀ ପ୍ରବୋଧ ରାଉତ ଉପସ୍ଥିତ ଥିଲେ। ଏହି ଅବସରରେ ମନ୍ତ୍ରୀ ବେହେରା କହିଛନ୍ତି, ଭାରତନେଟ୍‌-ଓଡ଼ିଶା ପ୍ରକଳ୍ପ ଦ୍ୱାରା କେବଳ ବ୍ଲକ ମୁଖ୍ୟାଳୟ ନୁହେଁ, ବରଂ ଦୁର୍ଗମ ଅଞ୍ଚଳରେ ଥିବା ଗ୍ରାମପଞ୍ଚାୟତରେ ମଧ୍ୟ ହାଇସ୍ପିଡ୍‌ ଇଣ୍ଟରନେଟ୍‌ ସେବା ଉପଲବ୍ଧ ହେବ। ବର୍ତ୍ତମାନ ସମୟରେ ପ୍ରାୟ ସମସ୍ତ ସରକାରୀ ସେବା ଇଣ୍ଟରନେଟ୍‌ ଉପରେ ନିର୍ଭରଶୀଳ। ଲୋକମାନେ ବ୍ୟାଙ୍କିଙ୍ଗ୍‌, କୃଷି, ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ କିଭଳି ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ ସେବା ସୁବିଧାରେ ପାଇପାରିବେ ସେଥିଲାଗି ସରକାର ଚେଷ୍ଟିତ ଅଛନ୍ତି। ରାଜ୍ୟ ସରକାର ୫-ଟି ଅଧୀନରେ ଯେଉଁସବୁ ପ୍ରକଳ୍ପ କାର୍ଯ୍ୟକାରୀ କରିଛନ୍ତି, ସେଥିପାଇଁ ଇଣ୍ଟରନେଟ୍‌ର ଆବଶ୍ୟକତା ରହିଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପ୍ରତ୍ୟେକ ଗ୍ରାମରେ ଇଣ୍ଟରନେଟ୍‌ ସୁବିଧା ଉପଲବ୍ଧ ହେବ। ଓପିଟିସିଏଲ୍‌ ଏବଂ ଓକାକ୍‌ ନିଜର କାର୍ଯ୍ୟର ପାରଦର୍ଶିତା ଦେଖାଇ ସଫଳ ଭାବେ ଏବଂ ଧାର୍ଯ୍ୟ ସମୟରେ ଭାରତନେଟ୍‌-୨ ପର୍ଯ୍ୟାୟର ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିଥିବାରୁ ମନ୍ତ୍ରୀ ଏହି ଦୁଇ ସଂସ୍ଥାକୁ ପ୍ରଶଂସା କରିଛନ୍ତି। ଭାରତ ସଞ୍ଚାର ନିଗମ ଲିମିଟେଡ୍‌ ମଧ୍ୟ ଏହି ଭିତ୍ତିଭୂମିର ଲାଭ ଉଠାଇ ଗ୍ରାମାଞ୍ଚଳରେ ଇଣ୍ଟରନେଟ୍‌ ସେବାକୁ ସୁଦୃଢ଼ କରିପାରିବ। ଭାରତ ସଞ୍ଚାର ନିଗମ ଲିମିଟେଡ୍‌ର ମୁଖ୍ୟ ମହାପ୍ରବନ୍ଧକ ଆର୍‌.ଏନ୍‌ . ପଲାଇ କହିଛନ୍ତି, ୫୪୫ କୋଟି ଟଙ୍କା ବିନିମୟରେ ୨୦,୦୦୦ କିଲୋମିଟର ଦୀର୍ଘ ଅପ୍‌ଟିକାଲ ଫାଇବର କେବଲିଂ ମାଧ୍ୟମରେ ୧୩୨ ବ୍ଲକର ୨୯୩୨ ଗ୍ରାମପଞ୍ଚାୟତକୁ ହାଇସ୍ପିଡ୍‌ ଇଣ୍ଟରନେଟ୍‌ ସେବା ଯୋଗାଇ ଦିଆଯିବ। ଫଳରେ ଗ୍ରାମାଞ୍ଚଳରେ ଲୋକେ ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ ସେବା ପାଇପାରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭରତପୁର କାଣ୍ଡକୁ ନେଇ ବଡ଼ ଖବର: ମିଳିଗଲା ଜାମିନ୍‌

ଭୁବନେଶ୍ୱର,୨୧॥୯: ମେଜରଙ୍କ ବାନ୍ଧବୀଙ୍କୁ ଚନ୍ଦକା ରାସ୍ତାରେ ମାଡ଼ ଅଭିଯୋଗ ଘଟଣାରେ ଶନିବାର ୭ଜଣ ରୋଡ୍‌ ରୋମିଓଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ବନ୍ଧା ହେବାର ୪ଘଣ୍ଟା ନ...

ଭୁବନେଶ୍ୱରରେ ଏକାଠି ହୋଇଗଲେ ଶହ-ଶହ ପୋଲିସ, ସ୍ଥିତି ସାଂଘାତିକ!

ଭୁବନେଶ୍ୱର,୨୧।୯: ଘନେଇଲା ଭରତପୁର ପୋଲିସ-ସେନା ବିବାଦ। ଭୁବନେଶ୍ୱରରେ ଏକାଠି ହେଲେ ଶହଶହ ପୋଲିସ। ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନର ପ୍ରତିବାଦ କରି ହଠାତ୍‌ ଭୁବନେଶ୍ୱରରେ ଏକାଠି ହୋଇଛନ୍ତି...

ବନ୍ଧା ହେବା ପରେ ରୋଡ୍‌ ରୋମିଓଙ୍କ ଚାଞ୍ଚଲ୍ୟକର ବୟାନ! ସେଦିନ ରାତିରେ…

ଭୁବନେଶ୍ୱର,୨୧।୯: ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ରାସ୍ତାରେ ହଇରାଣ କରିବା ଘଟଣାରେ ୭ ଜଣ ରୋଡ ରୋମିଓଙ୍କୁ ଶେଷରେ ଗିରଫ କରିଛି ପୋଲିସ ।...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଭରତପୁର ଘଟଣା: ରାଜ୍ୟ ରାଜନୀତି ସରଗରମ: ପୂର୍ବତନ ପିସିସି ସଭାପତି କହିଲେ….

ଭୁବନେଶ୍ୱର,୨୧।୯: ରାଜ୍ୟ ରାଜନୀତିକୁ ସରଗରମ କରିଛି ଭରତପୁର ଘଟଣା। କିନ୍ତୁ ଚୁପ ବସିଛନ୍ତି ରାଜ୍ୟ ସରକାର । ଜେର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର କରିଥିଲେ...

ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର: ୭ ରୋଡ୍‌ ରୋମିଓ ଗିରଫ

ଭୁବନେଶ୍ୱର,୨୧।୯: ଭରତପୁର ଘଟଣାକୁ ନେଇ କେବଳ ରାଜ୍ୟ ରାଜନୀତି ନୁହେଁ ଜାତୀୟ ରାଜନୀତି ମଧ୍ୟ ସରଗରମ ରହିଛି। ଘଟଣାର ବିଭିନ୍ନ ଭିଡିଓ ଭାଇରାଲ ହେବା ପରେ...

ଭରତପୁର ଘଟଣା: ନିଲମ୍ବନ ହଟାଇବାକୁ …

ଭୁବନେଶ୍ୱର,୨୧।୯: ଓଡ଼ିଶା ପୋଲିସ ସଂଘର ସଂଗଠନ ସମ୍ପାଦକ ଉମେଶ ଚନ୍ଦ୍ର ସାହୁ ଶନିବାର ପ୍ରେସମିଟ୍‌ କରିଛନ୍ତି। ଆର୍ମି ମେଜର ଓ ବାନ୍ଧବୀଙ୍କ ପ୍ରତି ହୋଇଥିବା ଘଟଣା...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ: ହାତୀ ବଦଳରେ ବନ କର୍ମଚାରୀଙ୍କ ଠାରେ  ରେଡିଓକୋଲାର ଲାଗିଲେ…. 

ବଣାଇଁ,୨୧।୯(ପ୍ରଦୀପ ତ୍ରିପାଠୀ): ଏକ ଗୋଠଛଡା ଦନ୍ତା ପାଇଁ ବଣାଇଁ ଆଖାପାଖର ପ୍ରାୟ ୨୪ଟି ଗ୍ରାମର ଲୋକେ ଦୀର୍ଘଦିନ ଧରି ଆତଙ୍କିତ ଅଛନ୍ତି । ବଣାଇଁ ବନାଞ୍ଚଳରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri