Categories: ବାଣିଜ୍ୟ

ଭଦ୍ରକ ପଲିଟେକ୍‌ନିକ୍‌ ସହ ସାମଲ ଇକ୍ୟୁପ୍‌ର ବୁଝାମଣା

ନୂଆଦିଲ୍ଲୀ,୬।୧୦:ରାଜ୍ୟ ପ୍ରମୁଖ ଘରୋଇ ସଂସ୍ଥା ତଥା ସାମଲ ଗ୍ରୁପ୍‌ ଅଫ୍‌ କମ୍ପାନିଜ୍‌ର ଅଗ୍ରଣୀ ସଂସ୍ଥା ସାମଲ ଇକ୍ୟୁପ୍‌ (ଜେସିବି ଇଣ୍ଡିଆ ଲିମିଟେଡ୍‌ର ସ୍ବୀକୃତିପ୍ରାପ୍ତ ଡିଲର ସାମଲ ଇକ୍ୟୁପ୍‌) ଏବଂ ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ଭଦ୍ରକ ସରକାରୀ ପଲିଟେକ୍‌ନିକ୍‌ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ହୋଇଯାଇଛି। ଗୁରୁବାର ଭୁବନେଶ୍ୱରର ଓ୍ବାର୍ଲଡ ସ୍କିଲ୍‌ ସେଣ୍ଟରଠାରେ ଆୟୋଜିତ ଏକ ସ୍ବତନ୍ତ୍ର ବୁଝାମଣା ପତ୍ର (ଏମ୍‌ଓୟୁ) ସ୍ବାକ୍ଷର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କ ବୈଷୟିକ ଶିକ୍ଷାର ନିର୍ଦ୍ଦେଶକ ରେଘୁ ଜି ଏବଂ ସାମଲ ଇକ୍ୟୁପ୍‌ର ଭାଇସ ପ୍ରେସିଡେଣ୍ଟ ଅବିନାଶ ସାମଲ ଏମ୍‌ଓୟୁ ସ୍ବାକ୍ଷର କରିଥିଲେ। ଏହି ଅବସରରେ ଭଦ୍ରକ ପଲିଟେକ୍‌ନିକ୍‌ର ଅଧ୍ୟକ୍ଷ (ପ୍ରିନ୍ସିପାଲ) ଶରତ ଚନ୍ଦ୍ର ରାଉତ, ଜେସିବି ଇଣ୍ଡିଆ ଲିମିଟେଡ୍‌ର ଏଏସ୍‌ଏମ୍‌ ପାର୍ଥ ମୁଖାର୍ଜୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ। ବିଶେଷକରି ପଲିଟେକ୍‌ନିକ୍‌ର ଛାତ୍ରୀଛାତ୍ରଙ୍କ ଦକ୍ଷତା ବିକାଶ ସହ ରାଜ୍ୟରେ ଆର୍ଥ ମୁଭିଂ ଇକ୍ୟୁପ୍‌ମେଣ୍ଟ ଉପରେ ଆବଶ୍ୟକ ଜ୍ଞାନ ଆହରଣ ପାଇଁ ଉକ୍ତ ଏମ୍‌ଓୟୁ ବେଶ୍‌ ସହାୟକ ହେବ। ଏହି ବୁଝାମଣା ଅନୁଯାୟୀ ସାମଲ ଇକ୍ୟୁପ୍‌ ଛାତ୍ରୀଛାତ୍ରଙ୍କୁ ଉଭୟ ପ୍ରାକ୍ଟିିକାଲ ଓ ଥିଓରିଟିକାଲ କ୍ଷେତ୍ରରେ ଦକ୍ଷତା ବୃଦ୍ଧି କରାଇବ।

Share